www.samajalive.in
Wednesday, December 10, 2025
18.1 C
Bhubaneswar

ମଦ ମୁକ୍ତ ଗାଁ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ

ଗୁଡଭେଲା: ଗୁଡଭେଲା ବ୍ଳକରେ ଘରେ ଘରେ ପୁରେ ପୁରେ ମଦ କାରବାର ଚାଳିଛି। ମଦ ସେବନ ଦ୍ବାରା ବହୁ ମୂଲ୍ୟ ଜୀବନ ଚାଲିଯାଉଥିବା ସହ ଛୋଟ ଛୋଟ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଏହା କୁପ୍ରଭାବ ପଡିବାରେ ଲାଗିଛି। ଏହାର ମୁଳତ୍ପାଟନ କରିବା ସହ ମଦ ମୁକ୍ତ ଗାଁ ତିଆରି କରିବା ପାଇଁ ଗୁଡଭେଲା ବ୍ଳକ ଜାମୁଟ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗରଗାଁର ମହିଳା ଗୋଷ୍ଠୀ ଏବଂ ଭଦ୍ରବ୍ୟକ୍ତି ଅଣ୍ଟା ଭିଡିଛନ୍ତି। ଉକ୍ତ ଗାଁରେ ଅନେକ ନିଦରୁ ମଦ କାରବାର ଚାଲିଥିଲେ ମଧ୍ୟ ଅବକାରୀ ବିଭାଗର ଏହା ଉପରେ ଦୃଷ୍ଟି ପଡି ନଥିଲା। ଯେଉଁଥିପାଇଁ ଦିନକୁ ଦିନକୁ ମଦ କାରବାର ବଢିବା ସହ ଲୋକମାନଙ୍କ ବହୁ ମୁଲ୍ୟ ଜୀବନ ଚାଲି ଯାଉଥିବା ସହ ସ୍କୁଲ ପଢୁଥିବା ଛୋଟ ଛୋଟ ଯୁବକମାନଙ୍କୁ ମଧ୍ୟ ଏହାର କୁପ୍ରଭାବ ପଡୁଛି। ଯାହା ପାଇଁ ସମସ୍ତ ପ୍ରକାର ନିଶା କାରବାର ସହ ମଦ ମୁକ୍ତ ଗାଁ ତିଆରି କରିବା ପାଇଁ ଗ୍ରାମର ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ଗ୍ରାମର କୌଣସି ବ୍ୟକ୍ତି ନିଶା କାରବାର କରିପାରିବେ ନାହିଁ ଏବଂ ନିଶା ସେବନ ମଧ୍ୟ ନ କରିବା ପାଇଁ ଗ୍ରାମରେ ନିଷ୍ପତ୍ତି ନେଇଥିଲେ।

ଏଥିରେ ୫ଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ଗୀତାଞ୍ଜଳି ଦାସ, ହେମନ୍ତୀ ପୁଟା, ଅନ୍ନପୂର୍ଣ୍ଣା ଭୋଇ, ଶୁବୁନି ଭୋଇ, ଶୁଭକାନ୍ତି ପୁଟା, ମିଥିଲା ଭୋଇ, ନନ୍ଦିନୀ ମାଝୀ, ଯଶୋବନ୍ତୀ ଭୋଇ, ତ୍ରୀବେଣୀ ଭୋଇ, ସୁଭାସିନୀ ପୁଝାରୀ, ସୁନାଫୁଲ ଭୋଇ, ରୋହୀଣୀ ଧରୁଆ, ପଦ୍ମିନୀ ଧରୁଆ, ଭାନୁମତୀ ଧରୁଆ, ଉର୍ମିଳା ଭୋଇ, ଭୂମି ଭୋଇ, ପଦ୍ମା ଭୋଇ, ମମତା ଭୋଇ, ବୁଇ ଧରୁଆ, ସେବତୀ ଭୋଇ, ତ୍ରିମଣୀ ପୁଟା, ସହ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ମଧ୍ୟରୁ ପ୍ରକାଶ ପୁଟା, ଭୁବନ ଦାସ, ସୁରେଶ ଧରୁଆ, ଜଗଦିଶ ପୁଟା, ନୃତ ମାଝୀ, ଟଙ୍କ ମାଝୀ, ବିଶ୍ବାମିତ୍ର ଧରୁଆ, ଶ୍ରୀହରି ପୁଟା, ଶୋଭାକାନ୍ତ ଭୋଇ, ଅଭି ଧରୁଆ, ସାଧୁ ପୁଟା, ସୁବାଷ ଭୋଇ, ଭୁଜରାଜ ଧରୁଆ, ଶିଶୋ ଭୋଇ ଓ ଗୁର ବେଶ୍ରାଙ୍କ ସହ ଗ୍ରାମର ଅସଂଖ୍ୟ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହି ପ୍ରକାର ମହତ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ସାନଡଙ୍ଗର ଗାଁକୁ ପ୍ରଶଂସା କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories