www.samajalive.in
Wednesday, December 10, 2025
23.1 C
Bhubaneswar

ଆଦିତ୍ୟ ଆଲୁମିନା-ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ବିଶ୍ୱ ଚକ୍ଷୁ ଦିବସ

ରେଙ୍ଗାଲି: ଘିଚାମୁରା ସ୍ଥିତ ପଞ୍ଚାୟତ ଭବନ ପରିସରରେ ଆଜି ଆଦିତ୍ୟ ଆଲୁମିନା ଏବଂ ତ୍ରିଲୋଚନ ନେତ୍ରାଳୟର ମିଳିତ ସହଯୋଗରେ ଆଜି ବିଶ୍ୱ ଦୃଷ୍ଟି ଦିବସ ଅନୁଷ୍ଠିତ ହୋଇଥିଲା। ତ୍ରିଲୋଚନ ନରତ୍ରାଳୟର ଚକ୍ଷୁରୋଗ ବିଶେଷଜ୍ଞ ଡା.ସିନ୍ଧୁନନ୍ଦିନୀ ଦାଶ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସମବେତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ଚକ୍ଷୁର ସୁରକ୍ଷା, ଦୃଷ୍ଟି ଶକ୍ତିର ବିକାଶ, ଅନ୍ଧତ୍ୱ ଦୂରୀକରଣ ଏବଂ ମଧୁମେହ ରୋଗ ଯୋଗୁଁ କିପରି ମୋତିଆ ବିନ୍ଦୁ ରୋଗ ହୋଇ ଅନ୍ଧତ୍ୱ ଗ୍ରାସ କରେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଏଦିଗରେ ସଚେତନ ରହି ଆବଶ୍ୟକ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ।

ଆଦିତ୍ୟ ଆଲୁମିନା ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ମୁଖ୍ୟ ଶ୍ୱେତା ଉପାଧ୍ୟାୟ ତାଙ୍କ ବକ୍ତବ୍ୟରେ ଆଦିତ୍ୟ ଆଲୁମିନାର ସହଯୋଗରେ ରେଙ୍ଗାଲି ଠାରେ ଥିବା ତ୍ରିଲୋଚନ ନେତ୍ରାଳୟରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ମାଧ୍ୟମରେ ଦିଆଯାଉଥିବା ମାଗଣା ଚକ୍ଷୁ ଚିକିତ୍ସା, ଚଷମା, ଔଷଧ ସୁବିଧାର ସୁଫଳ ହାସଲ କରିବାକୁ ଆହ୍ୱାନ ଦେଇଥିଲେ। ୧ରୁ ୧୮ ବର୍ଷ ବୟସ ମଧ୍ୟରେ ଚକ୍ଷୁପୀଡା ହେଉଥିଲେ ନିମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ପରିପାର୍ଶ୍ଵିକ ଉନ୍ନୟନ ବିଭାଗର ସହ-ପ୍ରବନ୍ଧକ, ମନୋରଞ୍ଜନ ବେହେରା ସବୁଜ ଖାଦ୍ୟର ଆବଶ୍ୟକତା, ଦୃଷ୍ଟି ଶକ୍ତିର ବିକାଶ ଏବଂ ଚକ୍ଷୁ ରୋଗର ନିରାକରଣ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଏହି ଅବସରରେ ଗୁମକାରମା ଗ୍ରାମର ୧୨ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ସକାଶେ ତ୍ରିଲୋଚନ ନେତ୍ରାଳୟକୁ ନିଆଯାଇଥିଲା। କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଆଶା ଏବଂ ଅଙ୍ଗବନବାଡି କର୍ମୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories