www.samajalive.in
Wednesday, December 10, 2025
23.1 C
Bhubaneswar

ବାଙ୍କୀରେ ଅବକାରୀ ଚଢାଉ; ମଦ ସହ ଗଞ୍ଜେଇ ଜବତ, ୪ ଗିରଫ

ବାଙ୍କୀ: ବାଙ୍କୀ ସମେତ ଆଠଗଡ ଓ ନରସିଂହପୁର ଅବକାରୀ ବିଭାଗର ମିଳିତ ଚଢାଉରେ ବ୍ୟାପକ ମଦ ସହ ୧୬ କି.ଗ୍ରା ୧୦୦ ଗ୍ରାମ୍‍ର ଗଞ୍ଜେଇ ଜବତ ହୋଇଛି। ଅଭୟ ଘଟଣାରେ ୪ ଜଣଙ୍କୁ ଅବକାରୀ ବିଭାଗ ବିଭାଗ ପକ୍ଷରୁ ସୂଚନା ମିଳିଛିି। ପାଇଥିବା ଖବର ଅନୁଯାଇ ଗୁରୁବାର ଦିନ ଢେଗୁଆ ଗ୍ରାମ ବିମ୍ବାରଧର ସାହୁ(୪୧)ଙ୍କ ଠାରୁ ୧୨୦ ଲିଟର ଚୋରା ଦେଶୀ ରନ୍ଧା ମଦ ସହ ଗୋଟିଏ ଆକ୍ଟିଭା ସ୍କୁଟି ଜବତ କରାଯାଇଛି।

ସେହିପରି ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ରଣପୁର ନଦୀଘାଟ ନିକଟରୁ ଅରବିନ୍ଦ ମଙ୍ଗୁଆଳ(୪୨)ଙ୍କ ଠାରୁ ୬୦ ଲିଟର ଦେଶୀ ମଦ ଏବଂ ଡମ୍ବରୁ ମଙ୍ଗୁଆଳ(୫୨)ଙ୍କ ଠାରୁ ୫୫ ଲିଟର ଦେଶୀ ରନ୍ଧା ମଦଜବତ କରାଯାଇଛି। ସେହିପରି ମଧ୍ୟ ଗୁରୁବାର ଦିନ କଟକ ଜିଲ୍ଲା ଅବକାରୀ ଅଧ୍ୟିକ୍ଷକଙ୍କ ନିର୍ଦ୍ଦେଶକ୍ରମରେ ବାଙ୍କୀ ଥାନା ଅଧିନ ବ୍ରହ୍ମପୁରା ଗ୍ରାମରେ ମିଳିତ ଚଢାଉ କରାଯାଇ ସେହି ଗ୍ରାମର ଦୁର୍ଗାପ୍ରସାଦ ବେହେରାଙ୍କ ଠାରୁ ୧୬ କି.ଗ୍ରା ୧୦୦ ଗ୍ରାମର ଗଞ୍ଜେଇ ଜବତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories