www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରେମ ଦିବସରେ ଏସିଡ ଆକ୍ରମଣ ପୀଡିତା ପ୍ରମୋଦିନୀଙ୍କ ସହ ସରୋଜଙ୍କର ନିର୍ବନ୍ଧ

କଟକ (ଜିତ୍‌ ପଟ୍ଟନାୟକ):  ଫେବ୍ରୁଆରୀ ୧୪କୁ ସାରା ବିଶ୍ୱରେ ପ୍ରେମ ଦିବସ ଭାବେ ପାଳନ କରାଯାଏ । ଏହି ଦିବସକୁ ସ୍ୱତନ୍ତ୍ର ଭାବରେ ପାଳନ କରିଛନ୍ତି କଟକର ସରୋଜ ସାହୁ । ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡିତା ପ୍ରମୋଦିନ ରାଉଳଙ୍କୁ ନିଜର ଜୀବନ ସାଥୀ ଭାବେ ବାଛିବା ସହ ପ୍ରେମ ଦିବସରେ ନିର୍ବନ୍ଧ କରିଛନ୍ତି । ଲକ୍ଷ୍ମୌର ସେରୋସ୍‌ ହ୍ୟାଙ୍ଗ ଆଉଟ କାଫେରେ ଏହି ନିର୍ବନ୍ଧ ଉତ୍ସବ ପାଳିତ ହୋଇଛି । ପ୍ରମୋଦିନୀ ଓ ସରୋଜଙ୍କ ପରିବାର ଲୋକଙ୍କ ସହ ଉତ୍ତର ପ୍ରଦେଶର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ  ଶୁଭେଚ୍ଛୁ ଏହି ଉତ୍ସବରେ ସାମିଲ ହୋଇଥିଲେ ।ଉତ୍ତର ପ୍ରଦେଶର ମହିଳା  ଓ  ଶିଶୁ  ବିକାଶ ମନ୍ତ୍ରୀ  ସ୍ୱାତୀ ସିଂ  ବି ଏହି ଉତ୍ସବରେ ସାମିଲ ହୋଇଥିଲେ ।

- Advertisement -

ପ୍ରମୋଦିନୀଙ୍କ ସଂଘର୍ଷ ଓ ସରୋଜଙ୍କ ବିଶାଳ ହୃଦୟ ସମ୍ପର୍କରେ ପ୍ରଥମେ ସମାଜଲାଇଭ.ଇନ୍‌ ଓ ସମାଜରେ ପ୍ରକାଶିତ ହୋଇଥିଲା। ୨୦୦୯ ମସିହାରେ  ପ୍ରମୋଦିନୀ,  ଏକ ତରଫା ପ୍ରେମ କରୁଥିବା  ଦୁର୍ବୃତ୍ତ ପ୍ରେମିକର ଆକ୍ରୋଶର ଶିକାର ହୋଇଥିଲେ। ସେ ସମୟରେ ନ୍ୟାୟ ବି ପାଇ ନଥିଲେ । ଚିକିତ୍ସା ଚାଲିଥିବା ବେଳେ ୨୦୧୪ ଏପ୍ରିଲ ୮ ତାରିଖରେ ପ୍ରମୋଦିନୀ ଓ ସରୋଜଙ୍କର ସାକ୍ଷାତ ହୋଇଥିଲା । ଏହାପରେ ପ୍ରମୋଦିନୀ ନ୍ୟାୟ ପାଇବା ପାଇଁ ତାଙ୍କ ସଂଗ୍ରାମରେ  ସରୋଜ ସାମିଲ ହୋଇଥିଲା । ଏଥିରେ ସମାଜସେବୀ ଶୁଭଶ୍ରୀ ଦାସ ସୋମାନଙ୍କୁ ସହାୟତା କରିଥିଲେ । ଏହି ସଂଘର୍ଷରେ  ଖବର ପ୍ରଥମେ ସମାଜଲାଇଭ.ଇନ ଓ ସମାଜରେ ପ୍ରକାଶିତ ହୋଇଥିଲା । ନ୍ୟାୟ ପାଇଁ ସଂଗ୍ରାମ ଭିତରେ ପ୍ରମୋଦିନୀଙ୍କୁ ଜୀବନ ସାଥି କରି ସବୁ ସମୟରେ ତାଙ୍କ ସୁଖ ଦୁଃଖରେ ସାମିଲ ହେବାପାଇଁ ସରୋଜ ନିର୍ଣ୍ଣୟ ନେଇଥିଲେ। ୨୦୧୬ ମସିହା ଜାନୁଆରୀ ୧୪

ତାରିଖରେ ସରୋଜ ପ୍ରମୋଦିନୀଙ୍କୁ  ଜୀବନ ସାଥି କରିବା ପାଇଁ ପ୍ରସ୍ତାବ ଦେଇଥିଲେ  ।  ପ୍ରଥମେ ପ୍ରମୋଦିନୀ ଅମଙ୍ଗ ହୋଇଥିଲେ ମଧ୍ୟ ପରେ ସରୋଜ କଥାରେ ରାଜି ହୋଇଥିଲେ। ସରୋଜି ବି  ନିଜ ପରିବାରଲୋକଙ୍କୁ ଏଥିପାଇଁ ରାଜି କରାଇଥିଲେ।
ପ୍ରେମଦିବସକୁ ଆହୁରି ନିଆରା କରିବା ପାଇଁ ପ୍ରମୋଦିନୀ ଓ ସରୋଜଙ୍କ ନିର୍ବନ୍ଧ ଫେବ୍ରୁଆରି ୧୪ ତାରିଖରେ ଅନୁଷ୍ଠିତ

ହୋଇଛି। ପ୍ରମୋଦିନୀ ଏବେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡିତାଙ୍କ ପାଇଁ ‘ଛାଓ’ ସମାଜସେବୀ ସଂସ୍ଥା ରେ କାମ କରୁଛନ୍ତି । ଏହି ସଂସ୍ଥା ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କାମ କରୁଥିବାରୁ ଅନ୍ୟ ପୀଡିତାଙ୍କ ଖୁସୀ ଓ ସେମାନେ ତାଙ୍କ ଖୁସୀରେ ସାମିଲ ହୋଇ ପାରିବେ ବୋଲି ଲକ୍ଷ୍ମୌରେ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା। ଓଡିଶାର ସାମାଜସେବୀ ଶୁଭଶ୍ରୀ ଦାସ ଏହି ନିର୍ବନ୍ଧ ଉତ୍ସବରେ ସାମିଲ ହୋଇଥିଲେ । ନିର୍ବନ୍ଧର ଏକ ବର୍ଷ ପରେ ବିବାହ ଉତ୍ସବ ଆୟୋଜନ ହେବ ବୋଲି ସରୋଜ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories