www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାଧୀନତାର ୭୫ ବର୍ଷ, ରାଜ୍ୟରେ ଚାଲିଛି ଆଇନ ସଚେତନତା କାର୍ଯ୍ୟକ୍ରମ

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣର ଆହ୍ୱାନ କ୍ରମେ ଓଡିଶାର ପ୍ରତ୍ୟେକ ଜିଲା ଓ ତାଲୁକ ସ୍ତରରେ ଅକ୍ଟୋବର ୨ ତାରିଖ ଠାରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ଆସନ୍ତା ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚାଲୁ ରହିବ। ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ପ୍ରତ୍ୟେକ ଜିଲା ଓ ତାଲୁକ ସ୍ତରରେ ପାରା ଲିଗାଲ ସ୍ୱେଛାସେବୀ, ପ୍ୟାନେଲ ଭୁକ୍ତ ଆଇନଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ୀ କର୍ମୀମାନଙ୍କୁ ନେଇ ଦଳ ଗଠନ କରାଯାଇ ଯେପରି ପ୍ରତ୍ୟେକ ଘରେ ଆଇନ ସେବାର କାର୍ଯ୍ୟକାରିତା ସମ୍ପର୍କିତ ସୂଚନା ପହଂଚାଯାଇ ପାରିବ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏଥିରେ ଆଦିବାସୀମାନଙ୍କ ଜଙ୍ଗଲ ଜମି ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରିକରଣ ଆଦି ବିଷୟବସ୍ତୁ ଉପରେ ସଚେତନତା କରିବା ସହିତ ଆଇନ ସହାୟତା ପ୍ରଦାନ କରାଯାଇ ସମାଜରେ କିଭଳି ଭାବରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଆରୋପ କରାଯାଉଛି। ଏହା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାଗୁଡିକର ସୁଫଳ କିପରି ଉପଯୁକ୍ତ ହିତାଧିକାରୀ ନିକଟରେ ପହଞ୍ଚିପାରିବ ଓ ଏଥିରେ ସେମାନଙ୍କର ଅଧିକାର ଆଦି ବିଭିନ୍ନ ପ୍ରକାରର ବିଷୟବସ୍ତୁ ଉପରେ ସଚେତନତା କରାଯାଉଅଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚୀବ, ଉପ ସଚିବ, ସହ ସଚୀବ, ଜିଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କମିଟିଙ୍କ ମିଳିତ ଆନୁକୁଲ୍ୟରେ ପରିଚାଳନା କରାଯାଉଅଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories