www.samajalive.in
Sunday, December 14, 2025
14.1 C
Bhubaneswar

ଚୌଦ୍ୱାର ଜେଲରେ ଖୋଲିଲା ପାଠାଗାର

ଚୌଦ୍ୱାର : ଚୌଦ୍ୱାର ଜେଲରେ ରହୁଥିବା ଅନ୍ତେବାସୀଙ୍କ ସୁଧାର ପାଇଁ ଜେଲ ତରଫରୁ ଆଉଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ତେବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଚେତନା ଜାଗୃତି ପାଇଁ ଜେଲ ସଭା ଗୃହରେ ‘ଗିରିଜା ଜ୍ଞାନ ଭଣ୍ଡାର’ ନାମରେ ଏକ ପାଠାଗାର ଖୋଲା ଯାଇଛି । ଚଣ୍ଡିପ୍ରସାଦ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ମାଷ୍ଟର ଗିରିଜା ରୋଡ଼ ସେଫ୍ଟି ଫାଉଣ୍ଡେସନ୍ ତରଫରୁ ଏହି ପାଠାଗାରକୁ ପ୍ରବନ୍ଧ, ଗଳ୍ପ, ଆଧ୍ୟାତ୍ମିକ ଜ୍ଞାନ,କବିତା ପୁସ୍ତକ, ଗୀତା, ଭାଗବତ, ରାମାୟଣ ଆଦି ବହୁ ପୁସ୍ତକ ସହିତ ବିଭିନ୍ନ ପତ୍ରପତ୍ରିକା ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଏହି ପାଠାଗାରକୁ ପର୍ଯ୍ୟାପ୍ତ ଉପାଦେୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷା ଅମୀୟବାଳା ପରିଡ଼ା ପ୍ରତିଶ୍ରୁତି ଦେଇଥିଲେ। ଜେଲ୍ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ, ଜେଲର ବିଭୁଦେନ୍ଦୁ ଭୁୟାଁ, କାରା ମଙ୍ଗଳ ଅଧିକାରୀ ଅଧିକାରୀ ରାମକୃଷ୍ଣ ଦାସ, ଉଦ୍ଧାର ଫାଉଣ୍ଡେସନ୍ ସଭାପତି ନରୋତ୍ତମ ଦାସ, ଗୀତିକାର ଜୟଶ୍ରୀ ଧଳ, ବିନୋଦ କୁମାର ପ୍ରଧାନ ଓ ସାମୁଏଲ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories