www.samajalive.in
Friday, December 12, 2025
14.1 C
Bhubaneswar

ଗ୍ରାମୀଣ ହକି ପ୍ରତିଯୋଗିତାରେ ଜଲଦା ଆରଏସ କଲୋନୀ ଦଳ ଚମ୍ପିୟାନ

ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ସେଲ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଆୟୋଜିତ ଗ୍ରାମୀଣ ହକି ପ୍ରତିଯୋଗିତା ୨୦୨୧ (ପୁରୁଷ)ରେ ଜଲଦା ଆରଏସ କଲୋନୀ ହକି ଦଳ ଚମ୍ପିୟାନ ଆଖ୍ୟା ଲାଭ କରିଛି। ଅକ୍ଟୋବର ୨୭ ତାରିଖରେ ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଜଲଦା ହକି ଦଳ ୪-୧ ଗୋଲ ବ୍ୟବଧାନରେ ଦଳ ପୁରୁଣାପାଣି ଦଳକୁ ପରାସ୍ତ କରିଥିଲା।

ପୂର୍ବରୁ ସେମିଫାଇନାଲ ମ୍ୟାଚରେ ପୁରୁଣାପାଣି ହକି ଦଳ, ବାଙ୍କିବାହାଲ ଦଳକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ଅନ୍ୟ ସେମିଫାଇନାଲ ମ୍ୟାଚରେ ଜୟଡେଗା ଦଳକୁ ୧-୦ ଗୋଲରେ ପରାସ୍ତ କରି ଜଲଦା ଦଳ ଫାଇନାଲରେ ପ୍ରବେଶ କରିଥିଲା। ଉଦଯାପନୀ ଉତ୍ସବରେ ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପ୍ରମୋଦ କୁମାର ଶତପଥୀ , ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସାମଗ୍ରୀ ପ୍ରବନ୍ଧନ ଓ ମାର୍କେଟିଙ୍ଗ ବିଭାଗର ସିଜିଏମ ଇନ ଚାର୍ଜ, ଶ୍ରୀ ସି ଆର ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।  ବିଜେତା ଦଳ ଚମ୍ପିୟାନ ଟ୍ରଫି ଓ ୧୦୦୦୦ ଟଙ୍କା ପୁରସ୍କାର ରାଶି ଲାଭ କରିଥିବା ବେଳେ ଉପବିଜେତା ଦଳ ଟ୍ରଫି ଓ ୫୦୦୦ ଟଙ୍କା ପୁରସ୍କାର ରାଶି ଲାଭ କରିଥିଲେ।

- Advertisement -

ପୁରୁଣାପାଣିର ସୁଧୀର ଲାଗୁନ୍ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ଏବଂ ଜଲଦା ଆରଏସ୍ କଲୋନୀ ଦଳର କମଲ ଚାନ୍ଦ ବାର୍ଲାଙ୍କୁ ଶ୍ରେଷ୍ଠ ଗୋଲକିପର ଭାବରେ ସମ୍ମାନିତ କରାଯାଇଥିଲା। ପୁରୁଣାପାଣିର ମନଦୀପ କେର୍କେଟା ଏବଂ ବାଙ୍କିବାହାଲ ଦଳର ଅଜୟ ଏକକା ଯଥାକ୍ରମେ ଶ୍ରେଷ୍ଠ ଫରୱାର୍ଡ ଏବଂ ଶ୍ରେଷ୍ଠ ମିଡଫିଲ୍ଡର ପୁରସ୍କାର ଲାଭ କରିଥିଲେ।

ଏହି ପ୍ରତିଯୋଗିତାରେ ଜଳଦା ଆର ଏସ କଲୋନି, ଲାଇଂଗ କଲୋନି, ପୁରୁଣାପାଣି, ବିର୍କେରା, ଝିରପାଣି  ଆର ଏସ କଲୋନି, ଜଏଡେଗା ଆର ଏସ କଲୋନି, ଲଛଡା ଆର ଏସ କଲୋନି ଓ ବାଂକିବାହାଲ ଆର ଏସ କଲୋନିରୁ ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ।

ଉଦଯାପନୀ ଉତ୍ସବରେ ପ୍ରୋଟୋକଲ, ହସ୍ପିଟାଲିଟି, ସମାଜ କଲ୍ୟାଣ ବିଭାଗର ଜିଏମ, ଶ୍ରୀ ବି କେ ରାଉତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସିଏସଆର ବିଭାଗର ଜିଏମ, ସୁଶ୍ରୀ ମୁନମୁନ ମିତ୍ରା ଧନ୍ୟବାଦ ଜ୍ଞାପନ କରିଥିଲେ। ସିଆରଏମ ବିଭାଗର ସିନିୟର ଟେକନିସିଆନ, ଶ୍ରୀ ଅନିଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories