www.samajalive.in
Friday, December 12, 2025
14.1 C
Bhubaneswar

ନକ୍ସଲ ପ୍ରଭାବିତ ଅଂଚଳରେ ସ୍ଥାପନ ହେବ ୪୮୩ଟି ମୋବାଇଲ ଟାଓାର

କୋରାପୁଟ: ନକ୍ସଲ ପ୍ରଭାବିତ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବରଗଡ ଓ ବୌଦ୍ଧ ଜିଲ୍ଲାରେ ୪୮୩ଟି ମୋବାଇଲ ଟାଓାର ସ୍ଥାପନ କରାଯିବ ବୋଲି ଟେଲିକମ ବିଭାଗର ବରିଷ୍ଠ ଡିଡିଜି ବି.କେ.ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାର ନକ୍ସଲ ପ୍ରଭାବିତ ଅଂଚଳରେ ୮୫ଟି ମୋବାଇଲ ଟାଓର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ରିଲାଏନ୍ସ ଜିଓ ଏହି କାର୍ଯ୍ୟ କରିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ସର୍ଭେ  କରାଯିବ ଓ ୧୮ ମାସ ମଧ୍ୟରେ କାର୍ଯ୍ୟ ସଂପନ୍ନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଏଥି ପୂର୍ବରୁ  ଫେଜ -୧ରେ ୨୨ଟି ଜିଲ୍ଲାରେ ୨୫୬ଟି ମୋବାଇଲ ଟାଓାର ସ୍ଥାପନ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ମୋବାଇଲ ଟାଓାର ସ୍ଥାପନ ସମୟରେ ଜିଲ୍ଲା ପୁଲିସ ସହାୟତା କରିବ ବୋଲି କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ଟେଲିକମ ବିଭାଗର ଏଡିଜି ଗ୍ରାମୀଣ ଅନଶୁଲ ଅଗ୍ରଓାଲ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ  ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନକ୍ସଲ ପ୍ରଭାବିତ କୋରାପୁଟ ଜିଲ୍ଲାରେ ୮୫, ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୨୮, ରାୟଗଡା ଜିଲ୍ଲାରେ ୩୩, ନବରଙ୍ଗପୁର ଜିଲ୍ଲାରେ ୨୨, କନ୍ଧମାଳ ଜିଲ୍ଲାରେ୯୬, କଳାହାଣ୍ଡି ଜିଲ୍ଲାରେ ୬୬, ନୂଆପଡା ଜିଲ୍ଲାରେ ୪୯, ବରଗଡ ଓ ବୌଦ୍ଧ ଜିଲ୍ଲାରେ ୨ଟି ଲେଖାଏଁ ମୋବାଇଲ ଟାଓାର ସ୍ଥାପନ କରାଯିବ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲାର ୧୮୫ଟି ଗ୍ରାମ ପଂଚାୟତରେ ବ୍ରଡବ୍ୟାଣ୍ଡ  ସ୍ଥାପନ କରାଯାଇଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories