www.samajalive.in
Monday, December 15, 2025
27.1 C
Bhubaneswar

ବାଣ ବିକ୍ରି ଓ ଫୁଟାଇବା କଟକଣାକୁ ବିରୋଧ ପ୍ରସଙ୍ଗ : ଉଚ୍ଚ ନ୍ୟାୟାଳୟରେ ଆବେଦନ ଅଗ୍ରାହ୍ୟ

କଟକ : ଦୀପାବଳିରେ ବାଣଫୁଟା ଓ ବିକ୍ରି ଉପରେ ଅଲ ଓଡ଼ିଶା ଫାୟାର ୱାର୍କସ ଡିଲରସ ଆସୋସିଏସନର ପକ୍ଷରୁ ଦାୟର ଆବେଦନ ଉଚ୍ଚ ନ୍ୟାୟାଳୟ ଦ୍ବାରା ଅଗ୍ରାହ୍ୟ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଚଳିତ ବର୍ଷ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ବିରୋଧ‌ କରି ଦାୟର ମାମଲାରେ ଶୁଣାଣି କରି ଏହା ଏକ ରେଜିଷ୍ଟ୍ରଭୁକ୍ତ ସଙ୍ଗଠନ ହୋଇ ନଥିବାରୁ ଆବେଦନ ଅଗ୍ରାହ୍ୟ କରିଛନ୍ତି। ତେବେ ଆବେଦନକାରୀ ସାନି ଆବେଦନ କରି ପାରିବେ ବୋଲି ଦର୍ଶାଇ ଆବେଦନକାରୀଙ୍କୁ ସ୍ୱାଧୀନତା ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ପକ୍ଷରୁ ଦାୟର ଏ ସମ୍ପର୍କିତ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି ବୋଲି ସରକାର ସ୍ବୀକାର କରିବା ସହିତ ବିଭିନ୍ନ କ୍ଷେତ୍ରକୁ କଟକଣା ମୁକ୍ତ କରିଛନ୍ତି। ବିଭାଘର, ବ୍ରତଘର, ଅନ୍ତିମ ସଂସ୍କାରଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କଟକଣା କୋହଳ କରାଯାଇଛି; କିନ୍ତୁ ସବୁ କଟକଣା କୋହଳ କରାଯାଉଥିବା ବେଳେ ବାଣ ଉପରେ ଏଭଳି ନିଷେଧାଦେଶ ଜାରି କରାଯାଇଛି। ଏଭଳି କରାଯିବା ଗ୍ରହଣୀୟ ନୁହେଁ। ଦୀପାବଳିରେ ବାଣ ଫୁଟାଇବା ଏକ ପୁରାତନ ପରମ୍ପରା ଓ ଲୋକଙ୍କ ଭାବନା ସହିତ ଜଡ଼ିତ। ବାଣ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକ୍ରିୟ କରି ଶତାଧିକ ଲୋକ ପରିବାର ଚଳାଇଥାନ୍ତି। ବାଣ ରାଜ୍ୟ ବାହାରରୁ ମଧ୍ୟ ଆସିଥାଏ। ଏଥିପାଇଁ ବହୁ ଆଗରୁ ବ୍ୟବସାୟୀ ଅଗ୍ରିମ ଦେଇଥାନ୍ତି। ବର୍ତ୍ତମାନ ହଠାତ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ଦ୍ବାରା ବଡ଼ ଛୋଟ ବ୍ୟବସାୟୀମାନେ ବ୍ୟାପକ ସମସ୍ୟାର ସମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଦୀପାବଳିରେ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଥିଲା।
ଗତ ସେପ୍ଟେମ୍ବର ୩୦ରେ ସରକାର ନୂଆ ନିୟମାବଳୀ ଜାରି କରି ଚଳିତ ବର୍ଷ ଦୀପାବଳି ଓ ପାର୍ବଣରେ ବାଣି ବିକ୍ରି ହେବନି କି ଫୁଟିବନି ବୋଲି ସ୍ପଷ୍ଟ କରିଥିଲେ। ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ କରୋନା ସଂକ୍ରମଣ ଉପରେ ଅଙ୍କୁଶ ପାଇଁ ଏପରି କଟକଣା ଜାରି କରାଯାଇଥିବା କୁହାଯାଇଥିଲା; କିନ୍ତୁ ବିଭିନ୍ନ କ୍ଷେତ୍ରକୁ କଟକଣାମୁକ୍ତ କରାଯାଇଥିବାବେଳେ ବାଣ ଉପରେ କଟକଣାକୁ ନେଇ ପ୍ରଶ୍ନ ଉଠିଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories