ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

0

ଭୁବନେଶ୍ୱର: ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ଶତ୍ରୁଘ୍ନ ପାଣ୍ଡବ ପାଇବେ ୩୯ତମ ଶାରଳା ପୁରସ୍କାର। ଅନନ୍ୟ ସୃଷ୍ଟି ‘ମିଶ୍ର ଧ୍ରୁପଦ’ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଶୁକ୍ରବାର ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁରସ୍କାର ବାବଦ ଦାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।
ସେହିପରି ସଙ୍ଗୀତ କ୍ଷେତ୍ରରେ ଅନବଦ୍ୟ ଅବଦାନ ପାଇଁ ପଣ୍ଡିତ ଉମେଶ ଚନ୍ଦ୍ର କର ଓ ଚିତ୍ରକଳା କ୍ଷେତ୍ର ପାଇଁ ବିନୋଦ ମହାରଣାଙ୍କୁ ଯଥାକ୍ରମେ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଓ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ବାବଦ ଉଭୟଙ୍କୁ ଦେଢ଼ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଅକ୍ଟୋବର ୨୬ରେ ଏଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ହିନ୍ଦୀ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟା ଗୋବିନ୍ଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡ. ବଂଶୀଧର ପଣ୍ଡା ଓ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‍ସ ଆଣ୍ଡ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୭୯ରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଛି।

kalyan agarbati
Leave A Reply