www.samajalive.in
Sunday, December 14, 2025
14.1 C
Bhubaneswar

ପଶ୍ଚିମବଙ୍ଗ ପୁଲିସ ଓ ଏସଟିଏଫ ଦ୍ୱାରା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଦଳ ଠାବ; ୪୦ ପିସ୍ତଲ ଜବତ

କୋଲକାତା: ପଶ୍ଚିମବଙ୍ଗ ପୁଲିସ ଏବଂ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ଦଳ (ଏସଟିଏଫ) ପକ୍ଷରୁ ମିଳିତ ଚଢଉ ସମୟରେ ଏକ ବଡଧରଣର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଗୋଷ୍ଠୀକୁ ଠାବ କରାଯାଇଛି । ପଡୋଶୀ ଝାଡଖଣ୍ଡର ଧାନବାଦରୁ ଏହି ଦଳ ଠାବ ହୋଇଛି । ଏଥିସହିତ ପୁଲିସ ୪୦ଟି ପିସ୍ତଲ ଜବତ କରିବା ସହିତ ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ଏହି ଘଟଣାରେ ଗିରଫ କରିଛି । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ହୁଗଳିରେ ଏସଟିଏଫ ଏବଂ ଚନ୍ଦନନଗର ପୁଲିସ କମିଶନରେଟ ପକ୍ଷରୁ ମିଳିତ ଭାବରେ ଏହି ଚଢଉ କରାଯାଇଥିଲା । ଚଢଉ ସମୟରେ ଧାନବାଦରୁ କୋଲକାତା ଆସୁଥିବା ଏକ ବସରୁ ଦୁର୍ଗାପୁର ଏକ୍ସପ୍ରେସ ରାଜପଥରେ ଡାଙ୍କୁଣି ଟୋଲ ପ୍ଲାଜା ନିକଟରୁ ୪୦ ପିସ୍ତଲ ଜବତ କରାଯାଇଥିଲା । ଉକ୍ତ ଘଟଣାରେ ଏପର୍ଯ୍ୟନ୍ତ ତିନିଜଣଙ୍କୁ ଗିରଫ କରାଯାଇଛି । ଏଥିସହିତ ପୁଲିସ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଇମତିଆଜ, ହାସନିା ବେଗମ ଏବଂ ସାଗିର ଅହମଦ ବୋଲି ଚିହ୍ନଟ କରାଯାଇଛି । ସେମାନଙ୍କୁ ସେରାମପୁରସ୍ଥିତ ଏସିଜେଏମ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ୧୦ ଦିନିଆ ପୁଲିସ ହେପାଜତରେ ପଠାଇ ଦେଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଆଇପିସିର ବିିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରାଯାଇଛି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories