www.samajalive.in
Sunday, December 14, 2025
16.1 C
Bhubaneswar

ଅରୁଣାଚଳରେ ଭାରତ ମୁତୟନ କଲା ଏଲ୭୦ ବିମାନ ବିଧ୍ୱଂସୀ ତୋପ

ତାୱାଙ୍ଗ: ଚୀନ ସହିତ ସୀମା ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ଭାରତ ନିଜର ଲଢୁଆ କ୍ଷମତା ବୃଦ୍ଧି କରିବାକୁ ଅରୁଣାଚଳ ପ୍ରଦେଶରେ ଉନ୍ନତିସାଧନ କରାଯାଇଥିବା ଏଲ୭୦ ବିମାନ ବିଧ୍ୱଂସୀ ତୋପ ମୁତୟନ କରିଛି । ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏହାକୁ ମୁତୟନ କରାଯାଇଛି । ଏଥିସହିତ ସର୍ବାଧୁନିକ ହାଲୁକା ଏମ-୭୭୭ ହାୱିଜର ଏବଂ ଯୁଦ୍ଧକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିସାରିଥିବା ବୋଫର୍ସ ତୋପକୁ ମଧ୍ୟ ମୁତୟନ କରାଯାଇଛି । ଏହାଦ୍ୱାରା ଭାରତୀୟ ସେନାର ପ୍ରତିରକ୍ଷା ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି ପାଇଥିବା କୁହାଯାଉଛି ।
ଜଣେ ବରିଷ୍ଠ ଅଧିକାରୀ ନିଜ ପରିଚୟ ଗୋପନ ରଖି କହିଛନ୍ତି ଯେ ପୂର୍ବରୁ ଥିବା ବୋଫର୍ସ ତୋପ ଏବଂ ନିକଟରେ ସାମିଲ କରାଯାଇଥିବା ଏମ-୭୭୭ ହାୱିଜର ତୋପ ସହିତ ଉନ୍ନତିସାଧନ କରାଯାଇଥିବା ଏଲ୭୦ ତୋପ ଭାରତୀୟ ସେନାର ସାମରିକ ଦକ୍ଷତାରେ ଯଥେଷ୍ଟ ବୃଦ୍ଧି ଘଟାଇଛି । ଚୀନ ପକ୍ଷରୁ ପୂର୍ବ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରାଯିବାକୁ ଦୃଷ୍ଟିରେ ରଖି ଭାରତ ଏଭଳି ପଦକ୍ଷେପ ନେଇଛି ।
ଏହି ତୋପ ସମସ୍ତ ମାନବ ବିହୀନ ସତର୍କ ଦୃଷ୍ଟି ନିରୀକ୍ଷଣକାରୀ ଉଡନ୍ତା ଯାନ, ମାନବ ବିହୀନ ଲଢୁଆ ଉଡନ୍ତା ଯାନ, ଆକ୍ରମଣକାରୀ ହେଲିକକପ୍ଟର ଏବଂ ଆଧୁନିକ ବିମାନକୁ ଆକ୍ରମଣ କରି ତଳକୁ ଖସାଇ ଦେବାକୁ ସମର୍ଥ । ଏହି ତୋପର ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦ କରିବାର ସାମର୍ଥ୍ୟ ଏବଂ ସମସ୍ତ ପାଗ ପରିସ୍ଥିତିରେ ଆପେ ଆପେ ଲକ୍ଷ୍ୟ ସ୍ଥିର କରିବା କ୍ଷମତାରେ ଉନ୍ନତି ଅଣାଯାଇଛି । ଏଥିରେ ଇଲେକଟ୍ରୋ-ଅପ୍ଟିକାଲ ସେନସର ସହିତ ଦିନ ସମୟରେ କାର୍ଯ୍ୟ କରୁଥିବା ଟେଲିଭିଜନ କ୍ୟାମେରା, ଥର୍ମାଲ ଇମେଜିଂ କ୍ୟାମେରା ଏବଂ ଏକ ଲେଜର-ରେଞ୍ଜ ଫାଇଣ୍ଡର ଖଞ୍ଜାଯାଇଛି । ତାହାସହିତ ଏଥିରେ ମଜଲ ଭେଲୋସିଟି ରାଡାର ଖଞ୍ଜାଯାଇଛି, ଯଦ୍ଦ୍ୱାରା ଏହା ସଠିକ ଭାବରେ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିପାରିବ । ବିଏଇ ସିଷ୍ଟମ୍ସ ଦ୍ୱାରା ନିର୍ମିତ ଏହି ତୋପ ସର୍ବାଧିକ ୩୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିପାରିବ । ଏହାକୁ ୨୦୧୮ରେ ଭାରତୀୟ ସେନାରେ ସାମିଲ କରାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories