କଳାରେ ଉତ୍କର୍ଷ କ୍ଷେତ୍ର ପାଇଁ ଓଡିଶାର ଅନ୍ୟ ନାମ ଉତ୍କଳ; ରାଷ୍ଟ୍ରପତି

0

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକ ଉତ୍ସବରେ ଯୋଗ ଦେଇ କଳାରେ ଉତ୍କର୍ଷ କ୍ଷେତ୍ର ପାଇଁ ଓଡିଶାର ଅନ୍ୟ ନାମ ଉତ୍କଳ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ରାଷ୍ଟ୍ରୀୟ ନବବର୍ଷରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି ଅଭିଭାଷଣ ଅରମ୍ଭ କରିଥିଲେ । ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କଲି, ପୁରୀକୁ ବିଦ୍ୟାନଗରୀ ଓ ପୂର୍ବଭାରତର କାଶୀ କୁହାଯାଏ । ପୁରୀ, କୋଣାର୍କ, ଧଉଳିଗିରି, ଉଦୟଗିରିର ସ୍ବତନ୍ତ୍ରତା ରହିଛି ।  ଗୁରୁ ନାନକ ଓ ଶ୍ରୀ ଚୈତନ୍ୟଙ୍କ ପରି ମୁନିଋଷି ଏଠାକୁ ଆସିଛନ୍ତି । ରଥଯାତ୍ର ସମ୍ପର୍କରେ ସେମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି । ମହାପ୍ରଭୁ ସ୍ବୟଂ ଲୋକଙ୍କ ପାଖକୁ ଆସି ଦୁଃଖ ବୁଝିଥାଆନ୍ତି ବୋଲି ରାଷ୍ଟ୍ରପତି ଅଭିଭାଷଣରେ କହିଛନ୍ତି । ଏଠି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ନୀଳକଣ୍ଠ ଦାସଙ୍କ ଜନ୍ମ ଏବଂ ପୂର୍ବ ଭାରତରେ ପୁରୀ ଧାମର ସ୍ବତନ୍ତ୍ରତା ରହିଛି । ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି ।

ରବିବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରବା ସହ ବେଢା ପରିକ୍ରମା କରିଥିଲେ । ପ୍ରାୟ ୪୫ ମିନିଟ ଧରି ଶ୍ରୀମନ୍ଦିରରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶ୍ରୀ ଜଗନ୍ନାଥଙ୍କ ନବକଳେବର ସମ୍ପର୍କରେ ୧୦ଟଙ୍କିଆ ଓ ୧୦୦୦ଟଙ୍କିଆ ମୁଦ୍ରାକୁ ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି। ଏହା ପରେ ସକାଳ ପ୍ରାୟ ୮ଟା ୧୫ ବେଳକୁ ସେ ଜଗନ୍ନାଥ ଦର୍ଶନ ସାରି ଫେରିଥିଲେ । ରତ୍ନସିଂହାସନରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବିମଳା ଓ ମହାଲକ୍ଷ୍ମୀ ମନ୍ଦିରବି ଯାଇଥିଲେ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଶ୍ରୀମନ୍ଦିରରେ ଗଜପତିଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଉପହାରସ୍ୱରୂପ ରାଷ୍ଟ୍ରପତିଙ୍କୁ ପଟଚିତ୍ର, ଖଣ୍ଡୁଆ ପ୍ରଦାନ କରିଥିଲେ । ସେହିଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଆହୁରି ସୁବିଧା ସୁଯୋଗ ଓ ଶ୍ରୀମନ୍ଦିରର ଅଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ରାମନାଥ କୋବିନ୍ଦ ଦେଇଥିଲେ ।

କୈଳିକ ପଣ୍ଡାଙ୍କୁ ସେବାର ସୁଯୋଗ ଦିଆଯାଇ ନଥିବାରୁ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ସମାରୋହରେ ସାମିଲ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ଫେରି ଯାଇଛନ୍ତି । ସେଠାରେ ଭୁବନେଶ୍ୱର ଅରଗୁଳ ସ୍ଥିତ ଆଇଆଇଟି ସମାବର୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ଏହା ପରେ ସନ୍ଧ୍ୟା ସାଢେ ୫ଟାରେ ଦିଲ୍ଲୀ ଫେରିଯିବା କାର୍ୟ୍ୟକ୍ରମ ରହିଛି ।

Leave A Reply