www.samajalive.in
Sunday, December 14, 2025
26.1 C
Bhubaneswar

ଅଲୌକିକ ଓ ଭଗବାନଙ୍କ କୃପା ଅଟେ ଏହି ମନ୍ଦିର

ଗୁଜୁରାଟର ନର୍ମଦା ନଦୀ ତଟରେ ପ୍ରଭୁ ଶିବଶଙ୍କର ଏପରି ଏକ ମନ୍ଦିର ଅଛି ଯେଉଁଠି ଭୋଳା ଶଙ୍କର ୨ଟି ରୂପରେ ଦର୍ଶନ ଦେଇଥାଆନ୍ତି। ଏହି ମନ୍ଦିରରେ ୨ଟି ଲେଖାଏଁ ନନ୍ଦି ବା ବୃଷଭ ମଧ୍ୟ ରହିଛି। ଶାସ୍ତ୍ରରେ ମାନ୍ୟତା ରହିଛି ଏଠାରେ ଦର୍ଶନ କଲେ ମୌକ୍ଷ ପ୍ରାପ୍ତି ହୋଇଥାଏ।
ଏଠାରେ ଶିବଙ୍କର ୨ଟି ରୂପ ରହିଛି। ଗୋଟିଏକୁ ଧନେଶ୍ୱର ଓ ଅନ୍ୟଟି ଲୁକେଶ୍ୱର ଭାବେ ନାମିତ ଅଟେ।
ଧନେଶ୍ୱର ନାମରେ ନାମିତ ହେବାର ରହସ୍ୟ ….
ପୁରାଣରେ ମାନ୍ୟତା ରହିଛି ଯେ ଧନେଶ୍ୱର ମହାଦେବଙ୍କର ସ୍ଥାପନା ସ୍ୱୟଂ କୁବେର କରିଥିଲେ। ରାବଣ କୁବେରଙ୍କ ଠାରୁ ସ୍ୱର୍ଣ୍ଣର ଲଙ୍କାକୁ ନେଇ ଯିବା ପରେ ସେ ତା ଠାରୁ ଲଙ୍କାକୁ ଫେରି ପାଇବା ପାଇଁ ମହାଦେବଙ୍କୁ ତପସ୍ୟା କରିଥିଲେ। ପ୍ରଭୁଙ୍କର ଏହି ରୂପ ସେବେ ଠାରୁ ଧନେଶ୍ୱରଙ୍କ ନାମରେ ନାମିତ ହୋଇଛି।
ଲୁକେଶ୍ୱର ନାମରେ ନାମିତ ହେବାର ରହସ୍ୟ …
ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ , ଭସ୍ମାସୁର ନାମକ ଦୈତ୍ୟ ପ୍ରଭୁ ଶିବଙ୍କୁ ତପସ୍ୟା କରି ବରଦାନ ପାଇଥିଲା ସେ ଯାହାକୁ ସ୍ପର୍ଶ କରିବ ତାହା ଭସ୍ମ ହୋଇଯିବ। ଏହାକୁ ପରିକ୍ଷା କରିବା ନିମନ୍ତେ ସେ ପ୍ରଭୁ ମହେଶ୍ୱରଙ୍କ ପଛରେ ତାଙ୍କୁ ଛୁଇଁବାକୁ ଗୋଡ଼ାଇଲା, ସେହି ସମୟରେ ପ୍ରଭୁ ନର୍ମଦା ନଦୀ ତଟରେ ବୁଦା ପାଖରେ ଲୁଚି ଯାଇଥିଲେ। ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଭସ୍ମାସୁରକୁ ମୋହିତ କରିଥିଲେ , ସେହି ସମୟରେ ଅଜାଣତରେ ନିଜକୁ ଛୁଇଁ ଥିବାରୁ ମୃତ୍ୟୁ ବରଣ କରିଥିଲା। ଏଠାରେ ପ୍ରଭୁ ଭୋଳା ଶଙ୍କର ଲୁଚି ଥିବାରୁ ସେବେ ଠାରୁ ଏହି ରୂପକୁ ଲୁକେଶ୍ୱର ଭାବେ ପୂଜାର୍ଚ୍ଚନା କରାଯାଉଛି।
ଏଠାକୁ ଆସି ପୂଜାର୍ଚ୍ଚନା କଲେ ବହୁ ଶୁଭ ଫଳ ପ୍ରାପ୍ତି ହେବା ସହ ସମସ୍ତ ପାପ କ୍ଷୟ ହୋଇଥାଏ। ବ୍ରାହ୍ମଣମାନଙ୍କୁ ଏଠାରେ ଭୋଜନ କରାଇଲେ ପିତୃଦୋଷରୁ ମୁକ୍ତି ମିଳିଥାଏ। ବହୁ ଦୂରରୁ ଶ୍ରଦ୍ଧାଳୁ ମାନେ ଆସି ଦର୍ଶନ କରନ୍ତି ଓ ଏଠାରେ ଦର୍ଶନ କଲେ ସଭିଁଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।
ଗମନାଗମନ ଦୃଷ୍ଟିରୁ ଗୁଜୁରାଟକୁ ଯିବା ନିମନ୍ତେ ଟ୍ରେନ, ଉଡ଼ାଜାହଜ ଓ ବସ, ଆଦିର ସୁବିଧା ରହିଛି। ଗୁ୍‍ଜୁରାଟରେ ପହଞ୍ôଚ ସେଠାରୁ ଏହି ମନ୍ଦିରକୁ ଯିବା ନିମନ୍ତେ ସୁବିଧା ରହିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories