ବଲିଉଡ ସିନେମା ଦୃଶ୍ୟମ୍ରେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକା ନିଭାଇଥିବା ଅଭିନେତ୍ରୀ ଶ୍ରୀୟା ସରନ୍ ଚୁପଚାପ୍ ବିବାହ କରିଛନ୍ତି। ନିକଟରେ ରୁଷୀୟ ପ୍ରେମିକ ଆଣ୍ଡ୍ରେଇ କୃଶଚେଭ୍ଙ୍କୁ ବିବାହ କରିଛନ୍ତି ସେ। ମୁମ୍ବଇର ଲୋଖଣ୍ଡଓ୍ଵାଲାଠାରେ ଅନୁଷ୍ଠିତ ଏହି ବିବାହ ଉତ୍ସବରେ କେତେଜଣ ବଲିଉଡ କଳାକାର ଉପସ୍ଥିତ ଥିଲେ। ହିନ୍ଦୁ ପରଂପରା ଅନୁସାରେ ଏହି ବିବାହ ସଂପନ୍ନ ହୋଇଛି। ଶ୍ରୀୟାଙ୍କ ସ୍ୱାମୀ ଜଣେ ଟେନିସ୍ ଖେଳାଳି। ମେଗାଷ୍ଟାର ରଜନୀକାନ୍ତଙ୍କ ସହ ଶିବାଜୀ ଫିଲ୍ମରେ ଅଭିନୟ କରି ଶ୍ରୀୟା ସ୍ବତନ୍ତ୍ର ପରିଚୟ ଲାଭ କରିଥିଲେ। ଏଥିସହ ଆଉ କେତୋଟି ବଲିଉଡ ଫିଲ୍ମରେ ମଧ୍ୟ ଶ୍ରୀୟା ଅଭିନୟ କରିଛନ୍ତି।
Popular Categories



