www.samajalive.in
Friday, December 12, 2025
14.1 C
Bhubaneswar

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ

ନବରଙ୍ଗପୁର :  ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ଜଣେ  ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଫାଣ୍ଡି ଅନ୍ତର୍ଗତ ତୁରୁଞ୍ଜିଆ ଗୁଡା ଗ୍ରାମରେ ଘଟିଅଛି ଏଭଳି ଘଟଣା। ତୁରୁଞ୍ଜିଆ ଗୁଡା ଗ୍ରାମର କୁମର ହରିଜନଙ୍କ ୧୩ବର୍ଷର ଝିଅ, ଯିଏକି ଅଷ୍ଟମ ଶ୍ରେଣୀରେ ପଢୁଛି, ସେହି ଝିଅ ଗତ ୧୦ ତାରିଖ ରବିବାର ଦିନ ତାଙ୍କ ଘର ପାଖରେ ଥିବା ପଡିଆ କୁ ଶୌଚ କରିବାକୁ ଯାଇଥିବା ସମୟରେ ତାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି।  ସେମଳା ଗ୍ରାମର ଦୁଇଜଣ ଯୁବକ ସନ୍ତୋଷ ଟାକ୍ରୀ ଏବଂ ଉମେଶ ହରିଜନ ଏକ ଧଳା ରଙ୍ଗର କାରରେ ଆସି ନାବାଳିକାକୁ ଅପହରଣ କରି ନେଇ କୋରାପୁଟ ଜିଲ୍ଲାର ସୁନାବେଡା ଗ୍ରାମରେ ୩ଦିନ ଧରି ବନ୍ଧକ ରଖିଥିଲେ। ସନ୍ତୋଷ ଟାକ୍ରୀ ଦୁଷ୍କର୍ମ କରି ପୁଣି ସେମଳା ଗ୍ରାମକୁ ଧରି ଆସିବା ଖବର ଶୁଣିବାକୁ ପାଇବା ପରେ ନାବାଳିକାକୁ ପରିବାର ଉଦ୍ଧାର କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ନାବାଳିକାକୁ ଜୀବନରେ ମାରିଦେବାର ଧମକ ଦେଇ ବଳତ୍କାର କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକା ଏବଂ ତାଙ୍କ ପରିବାର ଲୋକେ। ଏତଲା ପାଇବା ପରେ ପୁଲିସ ଅଭିଯୁକ୍ତକୁ ଖୋଜୁ ଥିବା ବେଳେ ଅଭିଯୁକ୍ତ ଏବଂ ତାର ସହଯୋଗୀ ଫେରାର ଥିବା ଜଣାପଡିଛି। ପୁଲିସ ଘଟଣାକୁ ନେଇ ତଦନ୍ତ କରିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି  ମୈଦାଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories