www.samajalive.in
Friday, December 12, 2025
14.1 C
Bhubaneswar

ଅନ୍ତରୀକ୍ଷ ଟ୍ରଷ୍ଟର ବାର୍ଷିକ ମୁଖପତ୍ର ଲୋକାର୍ପିତ

କଳା, ସାହିତ୍ୟ, ସଂସ୍କୃତି, ସେବା ଓ ଗବେଷଣା ପ୍ରତିଷ୍ଠାନ ଅନ୍ତରୀକ୍ଷ ଚାରିଟେବଲ ଟ୍ରଷ୍ଟର ବାର୍ଷିକ ମୁଖପତ୍ର ‘ଅନ୍ତରୀକ୍ଷ’ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସଖୀବଟ ସଭା ପ୍ରେକ୍ଷାଳୟରେ ଲୋକାର୍ପିତ ହୋଇଛି। ଟ୍ରଷ୍ଟର ସଭାପତି ଆନନ୍ଦ କୁମାର ମାଇତିଙ୍କ ସଭାପତିତ୍ୱରେ ଏବଂ ପ୍ରାକ୍ତନ ପ୍ରଶାସନିକ ଅଧକାରୀ ନିରଞ୍ଜନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ସ୍ବାଗତ ଭାଷଣ ଦେବା ସହ ଟ୍ରଷ୍ଟର ବିବରଣୀ ପାଠ କରିଥିଲେ।

ମୁଖ୍ୟ ଅତିଥି ଭାବେ ଆଇଆଇଟି ଧାନବାଦର ଅଧ୍ୟାପକ ସଂକେତ ନାଏକ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡଃ ଶ୍ରୀଧର ସାମଲ, ଶିକ୍ଷାବିତ ଭଜକୃଷ୍ଣ ରାଉତ, ଉତ୍କଳ ଗ୍ରାମ ସ୍ବରାଜ ସଭାପତି କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ସାହିତ୍ୟ ଓ ସମାଜ ସେବା ମନୁଷ୍ୟ ଚରିତ୍ରର ମାନବୀୟ ବିବେକ ପ୍ରଦାୟକ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ଭାରତୀୟ ସେନାବାହିନୀର ପ୍ରାକ୍ତନ ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସେବା ହିଁ ମଣିଷର ଏକମାତ୍ର ଧର୍ମ ଓ ତାହା ଅନୁସରଣ କଲେ ଆତ୍ମାକୁ ସଠିକ୍ ମାର୍ଗର ଠିକଣା ମିଳିଯାଏ ଓ ତାହା ସାହିତ୍ୟ ମଣିଷକୁ ପ୍ରବର୍ତ୍ତାଇ ଥାଏ ବୋଲି କହିଥିଲେ। ଏହି ଅବସରରେ ସଚିତ୍ର ଦାସ ଓ ପ୍ରଶାନ୍ତ ସେଠିଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଆୟୋଜିତ କବିତା ପାଠରେ ନିମନ୍ତ୍ରିତ କବିଗଣ ସ୍ୱରଚିତ କବିତା ଆବୃତି କରିଥିଲେ। ସଭାକାର୍ଯ୍ୟରେ ଦିଲ୍ଲୀପ ସାହୁ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories