bjd gruha runa banner

ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବିଦ୍ୟାର୍ଥୀ ଦିବସ ପାଳିତ

BSKY banner  750×100

ପୁରୀ: ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଭାସୀ ମାଧ୍ୟମରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଶ୍ଵ ବିଦ୍ୟାର୍ଥୀ ଦିବସ ପାଳନ କରାଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କର ଜନ୍ମ ଜୟନ୍ତୀକୁ ପ୍ରତିବର୍ଷ ବିଶ୍ଵ ବିଦ୍ୟାର୍ଥୀ ଦିବସ ରୁପେ ପାଳନ କରାଯାଇଥାଏ। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ସଚିବ ଅମରେଶ ମହାପାତ୍ର ଯୋଗ ଦେଇ ଶିଶୁମାନଙ୍କର ଅଧିକାର ବିଷୟରେ କରିଥିଲେ। ବିଦ୍ୟାର୍ଥୀମାନେ ଭବିଷ୍ୟତର ମାନବ ସମ୍ବଳ। ସେମାନେ ସବୁ କ୍ଷେତ୍ରରେ ଜ୍ଞାନ ଆହରଣ ସହିତ ଜଣେ ଜଣେ ଭଲ ମଣିଷ ହେବା ଦରକାର। ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବିଷୟରେ ଉଦବୋଧନ ଦେବା ସହିତ ବିଶେଷ କରି ଦେଶର ଅଗ୍ରଗତି ପାଇଁ ଆମେ ସମସ୍ତେ ସମ୍ବିଧାନ ପ୍ରଦତ୍ତ ବର୍ତ୍ତବ୍ୟ କରିବା ଦରକାର ବୋଲି ସେ ମତ ପୋଷଣ କରିଥିଲେ। ଏହି କାର୍ଯକ୍ରମ ରେ ସ୍କୁଲ ଲିଗାଲ ଲିଟରେସି କ୍ଲବ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments are closed.