www.samajalive.in
Friday, December 12, 2025
14.1 C
Bhubaneswar

ଦଶହରା ସନ୍ଧ୍ୟାରେ ଭାର୍ଗବୀରେ ଚାପ ଖେଳିଲେ ଠାକୁରାଣୀ

ସୁଆଣ୍ଡୋ: ପରମ୍ପରାକୁ ନେଇ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ଶାରଦୀୟ ଦୂର୍ଗାପୂଜାର ଦଶହରା ସନ୍ଧ୍ୟାରେ ଭାର୍ଗବୀ ନଦୀରେ ଚାପ ଖେଲିଲେ ମହାଦେବ ଓ ଠାକୁରାଣୀ। ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମରେ କାହିଁ କେଉଁ କାଳରୁ ଏହି ପରମ୍ପରା ରହିଆସିଛି। ଆଶ୍ୱିନ କ୍ରୁଷ୍ଣ ପ୍ରତିପଦା ଦିନ କୁସୁମେଶ୍ୱରରୁ ଉଗ୍ରତାରା ପଣ୍ଡା ସାହିରୁ ତାରିଣୀ ଓ ପଥୁରିଆ ସାହିରୁ ଷଷ୍ଟିଦେବୀ ବଳପୁର ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଶାରଦୀୟ ଦୂର୍ଗାପୂଜା ପାଇଁ ନିମନ୍ତ୍ରିତ ହୋଇ ଆସିଥାନ୍ତି। ମନ୍ଦିର ପରିସରରେ ଠାକୁରାଣୀ ମାନେ ସ୍ୱତନ୍ତ୍ର ସିଂହାସନରେ ବିଜେ କରିଥାନ୍ତି। ସକାଳେ ଦ୍ୱାରଫିଟା ମଙ୍ଗଳ ଆଳତି ମଇଲମ ଅବକାଶ ଚନ୍ଦନ ବେଶ ଆଦି କରାଯାଇ ବାଳଧୂପ କରାଯାଇ ଥାଏ। ରାତିରେ ସ୍ରୋତ୍ରିୟ ବ୍ରାହ୍ମଣ ଙ୍କ ଦ୍ବାରା ଷୋଡ଼ଶ ଉପଚାରରେ ମାଆଙ୍କୁ ଖେଚାଡି ଡାଲମା ବେସର କାକରା ଖିରି ଆଦି ଭୋଗ ଲାଗି କରାଯାଇ ଥାଏ।

ଦଶହରା ଦିନ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ସହିତ ଓ ତିନି ଠାକୁରାଣୀ ଏକତ୍ରୀତ ହୋଇ ସୁସଜ୍ଜିତ ବିମାନରେ ବିଜେକରି ଛତି ତ୍ରାସ ଘଣ୍ଟ ବାଜା ବାଜି ମଶାଲ ସହିତ ଶାସନ ତୁଠକୁ ଆସି ଥିଲେ। ଏକ ବର୍ଷ ଧରି ମାଆଙ୍କ ଅପେକ୍ଷାରେ ରହିଥିବା ଡଙ୍ଗାରେ ଦିଅଁ ବିଜେ କରି ଚାପ ଖେଳିଥିଲେ। ନଦୀ ଉଭୟ ପାର୍ଶ୍ୱ ଗ୍ରାମର ଶହ ମହିଳା ପୁରୁଷ ନଈ କୂଳରେ ଦୀପ ଜାଳୁଥିବା ଓ ନଦୀରେ ଫୁଲ ପକାଇ ହରିବୋଲ ହୁଳହୁଳି ଦେଉଥିବା ଦେଖିବାକୁ ମିଳିଥିଲା। ଆନନ୍ଦ ପୁର ତୁଠରେ ଉଗ୍ରତାରା, ପଣ୍ଡା ସାହି ତୁଠରେ ତାରିଣୀ ଓ ପଥୁରିଆ ସାହି ତୁଠରେ ଷଷ୍ଟିଦେବୀଙ୍କୁ ମେଲାଣି ଦେଇ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିରକୁ ବାହୁଡି ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories