www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ବେଡ଼ିରେ ବାନ୍ଧି ହୋଇଗଲା ରାବଣ ପୋଡ଼ି

ସାରନଗରୀ: ଆଜି ବିଜୟା ଦଶମୀ। ପୁରାଣ ବର୍ଣ୍ଣିତ ଅନୁଯାୟୀ, ବିଜୟାଦଶମୀ ଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ଯୁଦ୍ଧରେ ପରାସ୍ତ କରିଥିଲେ। ମହାପରାକ୍ରମୀ ରାବଣ ଶ୍ରୀରାମଙ୍କ ଦ୍ୱାରା ନିହତ ହୋଇ ମୋକ୍ଷପ୍ରାପ୍ତି ଲାଭ କରିଥିଲା। ଏହି ସ୍କୃତିକୁ ଉଜାଗର କରିବା ପାଇଁ ରାବଣ ପୋଡ଼ି ଉତ୍ସବ ସାରା ଭାରତରେ ଆୟୋଜନ କରାଯାଇଥାଏ। ମିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଦୁର୍ଗାପୂଜାର ସ୍ୱତନ୍ତ୍ର ସ୍ଥାନ ରହିଛି। ରାଉରକେଲାକୁ ଦୁର୍ଗାପୂଜା ଦେଖିବାକୁ ବିଭିନ୍ନ ଅଂଚଳରୁ ଲୋକଙ୍କ ସୁଅ ଛୁଟିଥାଏ, ମାତ୍ର ଗତ ବର୍ଷ ଓ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପରିସ୍ଥିତି ସମୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା ଅନୁଯାୟୀ ସମସ୍ତ ପୂଜା କମିଟି ପକ୍ଷରୁ ନିରାଡମ୍ବର ଦୁର୍ଗାପୂଜା ପାଳନ କରାଯାଇ ୪ ଫୁଟ ମୂର୍ତି ଅବା ଫଟୋ, ଘଟ ବସାଇ ପୂଜା ପେଣ୍ଡାଲ ଗୁଡ଼ିକରେ ଦୁର୍ଗାପୂଜାର ଆୟୋଜନ କରାଯାଉଛି।

ସେହିପରି ବିଜୟା ଦଶମୀ ଅର୍ଥାତ ଦଶହରା ଦିନ ରାବଣ ପୋଡ଼ି ଉତ୍ସବ କରୋନା କଟକଣା ଯୋଗୁ ଗତ ୨୦୨୦ ପରି ଚଳିତ ବର୍ଷ ମଧ୍ୟ ଆୟୋଜନ ହେବ ନାହିଁ। ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ରାବଣ ପୋଡ଼ି ଉତ୍ସବକୁ ସ୍ଥଗିତ ରଖାଯାଇଛି। ଫଳସ୍ୱରୁପ ଶହଶହ ବର୍ଷ ଧରି ପାଳନ ହେଉଥିବା ରାବଣ ପୋଡ଼ି ଉତ୍ସବର ପରମ୍ପରା ଉପରେ ଲାଗିଛି କାଳରୁପୀ କରୋନାର କଳା ନଜର! ରାବଣ ପୋଡ଼ି ଉତ୍ସବ ନହେବା ଯୋଗୁ ଏହା ବହୁ ଶ୍ରଦ୍ଧାଳୁଙ୍କ ମନ ଓ ହୃଦୟକୁ ଏକ ଶକ୍ତ ଆଘାତ ଦେଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

- Advertisement -

ଏଠାରେ ସୂଚନାଯୋଗ୍ୟ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପ୍ରତିବର୍ଷ ଦୁର୍ଗାପୂଜାର ବିଜୟା ଦଶମୀ ଦିନ ରାବଣ ପୋଡ଼ି ଉତ୍ସବର ଆୟୋଜନ କରାଯାଇଥାଏ। କିଛି ବର୍ଷ ପୂର୍ବେ ରାବଣ ପୋଡ଼ି ଉତ୍ସବ ବିଶ୍ରା ଛକ ସ୍ଥିତ ପଡ଼ିଆରେ ଅନୁଷ୍ଠିତ ହେଉଥିଲା। କେବଳ ରାଉରକେଲା ନୁହେଁ, ରାଉରକେଲାର ଆଖପାଖ ଅଂଚଳ ଯେପରି ବୀରମିତ୍ରପୁର, ରାଜଗାଙ୍ଗପୁର, ଜରେଇକେଲା ଆଦି ଅଂଚଳରୁ ବହୁ ଲୋକ ରାବଣ ପୋଡ଼ି ଦେଖିବାକୁ ରାଉରକେଲା ଆସୁଥିଲେ। ସହରର ବିଭିନ୍ନ ସେକ୍ଟର, କଲୋନୀ, ବସ୍ତି ଅଂଚଳରୁ ସପରିବାର ପାଦରେ ଚାଲିଚାଲି ରାବଣ ପୋଡ଼ି ଦେଖିବା ପାଇଁ ବିଶ୍ରା ଛକ ଓଭରବ୍ରିଜ ଉପରେ ଧାଡ଼ିବାନ୍ଧି ରହୁଥିଲେ। ରାବଣ ପୋଡ଼ି ସହିତ ଆତସବାଜି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଥିଲା। ବିଶ୍ରାଛକ ନିକଟ ପଡ଼ିଆରେ କ୍ରମାଗତ ଭାବେ ରାବଣ ପୋଡ଼ି ହେବାପରେ, ଟ୍ରାଫିକ ସମସ୍ୟା ଉତ୍କଟ ହେବା କାରଣରୁ ସେହି ସ୍ଥାନରୁ ରାବଣ ପୋଡ଼ି ଉତ୍ସବକୁ ସେଠାରେ ଆୟୋଜନ ନକରିବାକୁ ତତ୍କାଳୀନ ପ୍ରଶାସନର ନିଷ୍ପତି କ୍ରମେ, ସେକ୍ଟର-୧୩ ଦୁର୍ଗା ମେଲଣ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ କରିବାକୁ ସ୍ଥିରିକୃତ କରାଗଲା।

ରାବଣ ପୋଡ଼ି ଉତ୍ସବ ପାଇଁ ରାବଣ, ଇନ୍ଦ୍ରଜିତ ଓ କୁମ୍ଭକର୍ଣ୍ଣର ଉଚ୍ଚ ପ୍ରତିମା ବାଉଁଶ, ନଡ଼ା ଆଦିରେ ଶିଳ୍ପୀମାନଙ୍କ ଦ୍ୱାରା ପ୍ରତିବର୍ଷ ପ୍ରସ୍ତୁତ କରାଯାଇଥାଏ ରାଉରକେଲାର ସେକ୍ଟର-୧୩ର ମେଲଣ ପଡ଼ିଆ, ଦକ୍ଷିଣ ରାଉରକେଲାର ଦେଓଗାଁ, ବାଲିଯୋଡ଼ି ତଥା ଜଲଦା ‘ବି’ ବ୍ଲକରେ ପ୍ରତିବର୍ଷ ରାବଣ ପୋଡ଼ିର ଆୟୋଜନ କରାଯାଇଥାଏ। ରାବଣ ପୋଡ଼ି ଉତ୍ସବ ପାର୍ବଣ ରୁତୁ ଦୁର୍ଗାପୂଜାର ଶେଷଦିନର ଏକ ସିଂହଭାଗ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ଦେଖିବାକୁ ସାତରୁ ସତୁରୀ ଦର୍ଶକ(ଶ୍ରଦ୍ଧାଳୁ)ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। ମାତ୍ର ଚଳିତବର୍ଷ କୋଭିଡ଼ କଟକଣା ଯୋଗୁ ରାବଣ ପୋଡ଼ି ଉତ୍ସବ ମଧ୍ୟ ଫିକା ପଡ଼ିଯାଇଛି! ଏହି ଉତ୍ସବରେ ବହୁମାତ୍ରାରେ ଜନଗହଳି ହେବା କାରଣରୁ କରୋନା ବ୍ୟାପିବା ଆଶଙ୍କା ପ୍ରକାଶ ପାଉଥିବାରୁ ପ୍ରଶାସନ ପକ୍ଷରୁ ରାବଣ ପୋଡ଼ି ଉତ୍ସବକୁ ବାଦ ଦିଆଯାଇଛି। ଅପରପକ୍ଷରେ କରୋନା ବେଡ଼ିରେ ବାନ୍ଧି ହୋଇ ପଡ଼ିଛି ପରମ୍ପରାକୁ ସାକ୍ଷୀ ରଖି ବର୍ଷ ବର୍ଷ ଧରି ଚାଲି ଆସୁଥିବା ରାବଣ ପୋଡ଼ି ଉତ୍ସବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories