www.samajalive.in
Monday, December 15, 2025
15.1 C
Bhubaneswar

ରାସ୍ତାରେ ଅଚଳ ହେଉଛି ଆମ୍ବୁଲାନ୍ସ : ରୋଗୀ ହଟହଟ୍ଟା

କଲମପୁର: କଳାହାଣ୍ଡିର ଦୁର୍ଗମ ଅଂଚଳ ଭାବେ ପରିଚିତ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ୧୦୮ ଆମ୍ବୁଲାନ୍ସ ଗତ ଏକ ସପ୍ତାହ ମଧ୍ୟରେ ୪ରୁ ଅଧିକ ଥର ରାସ୍ତାରେ ଅଚଳ ହୋଇ ପଡିବା ନେଇ ଜନ ଅସନ୍ତୋଷ ଦେଖା ଦେଇଛି। କିନ୍ତୁ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା କେବଳ ନିରବ ଦର୍ଶକ ସାଜିଛନ୍ତି। ଅନ୍ୟପଟେ ଆମ୍ବୁଲାନ୍ସର ଚଳାଚଳ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେହି ସନ୍ତୋଷଜନକ ଉତ୍ତର ଦେଉ ନାହାନ୍ତି। ତେଣୁ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ନିଜ ଇଛା ମୁତାବକ ପରିଚାଳନା କରୁଥିବା ଅଭିଯୋଗ ହେଉଛି।

ସୋମବାର ଦିନ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ନେହେଲା ଗ୍ରାମର ଜଣେ ଗୁରୁତର ଶିଶୁ କୁନ୍ତଳା ନାଏକ ୧୨ ବର୍ଷଙ୍କୁ ଥୁଆମୁଳ ରାମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ସିଙ୍ଗାରୀ ଘାଟି ମଧ୍ୟ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର କଦଳିଚୁଆଁ ଛକ ନିକଟରେ ଆମ୍ବୁଲାନ୍ସର ଆଗ ଚକ ଫାଟି ଯିବା ଦ୍ୱାରା ଅଳ୍ପକେ ଦୁର୍ଘଟଣାରୁ ବର୍ତି ଯାଇଥିଲା ଓ ଆମ୍ବୁଲାନ୍ସରେ ଥିବା ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ ୩ ଜଣ କର୍ମଚାରୀ ବର୍ତି ଯାଇଥିଲେ। ଶେଷରେ କିଛି ସମୟ ଅପେକ୍ଷା କରିବା ପରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ଅନ୍ୟ ଏକ ଆମ୍ବୁଲାନ୍ସରେ ଉକ୍ତ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

- Advertisement -

ଥୁଆମୁଳ ରାମପୁର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୂରତ୍ୱ ୭୫ କିଲୋମିଟର। ଏହି ୭୫ କିଲୋମିଟର ମଧ୍ୟରୁ ପ୍ରାୟ ୬୦ କିଲୋମିଟର କେବଳ ଘାଟି ଅଂଚଳ। ରାସ୍ତା କଡରେ କୌଣସି ଜନ ବସତି କିମ୍ବା ଚିକିତ୍ସା ସେବା ପାଇଁ ସେଭଳି କୌଣସି ସୁବିଧା ନାହିଁ କିମ୍ବା ଫୋନ ନେଟୱାର୍କ ର ସୁବିଧା ନାହିଁ। ଅନ୍ୟ ପଟେ କଲମପୁର ମଧ୍ୟ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗଲେ ପ୍ରାୟ ୮୦ କିଲୋମିଟର ହେଇଥାଏ। ଏହି ରାସ୍ତାରେ ୧୦ କିଲୋମିଟର ଘାଟି ରାସ୍ତା। ତେଣୁ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଚଳା ଚଳ କରିଥାଏ। ଗତ କିଛି ଦିନ ତଳେ ସିଙ୍ଗାରୀ ଘାଟି ରାସ୍ତା ମଧ୍ୟରେ ଆମ୍ବୁଲାନ୍ସ ଅଟକି ରହିଥିବା ବେଳେ ଅନ୍ୟ ଏକ ଦିନ ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ରାତି ତମାମ ଆମ୍ବୁଲାନ୍ସ ଅଟକି ରହିଥିଲା । ତେଣୁ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟପଟେ ଆମ୍ବୁଲାନ୍ସ ଅଚଳ ହେବା ଦ୍ୱାରା କେହି ରୋଗୀ ମୃତ୍ୟୁମୁଖରେ ନପଡନ୍ତୁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories