ଆସିଲା ଡଷ୍ଟନର ନୂଆ ମଡେଲ
ନୂଆଦିଲ୍ଲୀ : ଭାରତର ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଅଟୋମୋବାଇଲ କମ୍ପାନୀ ‘ଡଷ୍ଟନ’ ଭାରତରେ ରିଡିଗୋର ନୂଆ ମଡେଲ ବଜାର ପ୍ରବେଶ କରାଇଛି। ରିଡିଗୋର ଏହି ନୂଆ ମଡେଲର ଦାମ ୩.୫୮ ଲକ୍ଷ ଟଙ୍କା ଓ ୧.୦ ଲିଟର ମଡେଲର ମୂଲ୍ୟ ୩.୮୫ ଲକ୍ଷ ଟଙ୍କା ରହିଛି।
କମ୍ପାନୀ ପକ୍ଷରୁ ଏହି ମଡେଲକୁ ମାନ୍ୟୁଆଲ ଟ୍ରାନ୍ସମିଶନ ଭାବରେ ବଜାରରେ ଛଡାଯାଇଛି। ଧଳା, ରୁପେଲି ଓ ଲାଲ ଆଦି ତିନୋଟି ରଙ୍ଗରେ ଗ୍ରାହକ ପାଇପାରିବେ। ‘ଡଷ୍ଟନ’ ରିଡିଗୋ ଲିମିଟେଡ ଏଡିସନରେ ଏକ୍ସଟିରିଅର ରହିଛି। ଏହାବ୍ୟତୀତ ଏହାର ସମ୍ମୁଖରେ ଲାଲ ରଙ୍ଗର ଗ୍ରାଫିକ୍ସ କରାଯାଇଛି।
ୠାଲ ଓ କଳା ରଙ୍ଗର ସିଟ୍, ଏସି, କାରପେଟ, ହେଚବ୍ରେକରେ ପାର୍କିଂ ଆସିଷ୍ଟ ସେନସର କାରର ଭିତର ସୁବିଧା ରହିଛି। କାରର ଯାନ୍ତ୍ରିକ ବ୍ୟବସ୍ଥାରେ ଦୁଇ ଇଞ୍ଜିନ ଅପସନ ରହିଛି। ୭୯୯ ସିସି ପେଟ୍ରୋଲ ଇଞ୍ଜିନ ଓ ୯୯୯ସିସି ପେଟ୍ରୋଲ ୟୁନିଟ ରହିଛି। ଏହି ଦୁଇ ଇଞ୍ଜିନରେ ୫ସ୍ପିଡ ମାନୁଆଲ ଗିୟରବକ୍ସ ରହିଛି। ଏହାର ନୂଆ ସୁବିଧା ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ କହିଛି।