www.samajalive.in
Saturday, December 13, 2025
23.1 C
Bhubaneswar

ଚୋରି ଘଟଣାରେ ଜଣେ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି

ଗୁଣପୁର : ଜିଲାର ବିଭିନ୍ନ ସ୍ଥାନରେ ଚୋରି କରିଥିବା ଜଣେ ଯୁବକ ଆଜି ସ୍ଥାନୀୟ ପୁଲିସ ଗିରଫ କରିବାରେ ସକ୍ଷମ ହୋଇ ପାରିଛି । ଗୁଡାରୀ ସହରର ଲକ୍ଷ୍ଣୀନାରାୟଣ ଏଣ୍ଟରପ୍ରାଇଜେସରୁ କବାଟ ଭାଙ୍ଗି ବିଫୁଳ ପରିମାଣରେ ସାମଗ୍ରୀ ଚୋରି ହୋଇଥିଲା । ଏନେଇ ଗୁଡାରୀ ଥାନାରେ ସଂସ୍ଥାର ମାଲିକ କେ.ଶ୍ରୀନୁବାସ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ସ୍ଥାନୀୟ ଏସଡିପିଓ ଅଜୟ ବାରିକଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର, ଗୁଡାରୀ ଓ ରାମନାଗୁଡା ପୁଲିସକୁ ନେଇ ଏକ ଟିମ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ଦୋକାନର ଚୋରି ସମ୍ପର୍କରେ ସିସିଟିଭି ଫୁଟେଜକୁ ଭିତ୍ତି କରି ପୁଲିସ ଖୋଳତାଡ କରିଥିଲା। ଏହି ଘଟଣାରେ ପଦ୍ମପୁର ଅଞ୍ଚଳର ରାଜୁ ସାହୁ ନାମକଜଣେ ବ୍ୟକ୍ତିକୁ ପୁଲିସ ଚିହ୍ନଟ କରି ଗତକାଲି ପଚରାଉଚରା କରିଥିଲେ। ଚୋରୀ କରିଥିବା ନେଇ ସ୍ୱୀକାର କରିଥିଲେ। ପୂର୍ବରୁ ଅଭିଯୁକ୍ତ ରାଜୁଙ୍କ ନାମରେ ଗୁଣପୁର, ଗୁଡାରୀ, ପଦ୍ମପୁର, ମୁକୁନ୍ଦପୁର, ବିଷମକଟକ, ଗଜପତି ଜିଲାର ଅଡବା ଓ ଆନ୍ଧ୍ର ଶ୍ରୀକାକୁଲମ ଜିଲାର ବାତ୍ତିଲି ଗ୍ରାମରେ ଚୋରୀ ଅଭିଯୋଗରେ ୧୨ଟି ମାମଲା ଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ରାଜୁଙ୍କ ପାଖରୁ ୧୬ହଜାରଟଙ୍କା, ୬ଟି ଦାମୀ ମୋବାଇଲ, ଦୁଇଟି ମଟର ସାଇକେଲ, ଗୋଟିଏ ଲାପଟପ, ୨ଟି ଆଇରନ କଟର ମଧ୍ୟ ପୁଲିସ ଜବତ କରିଛି।

ଆଜି ସନ୍ଧ୍ୟାରେ ଅଭିଯୁକ୍ତ ରାଜୁକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଏହି ଚୋରୀ ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କ ଅତି ଶୀଘ୍ର ଗିରଫ କରିବାକୁ ପୁଲିସ ଯୋଜନା କରିଛି । ଆଜି ଏନେଇ ସ୍ଥାନୀୟ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ  ପୁଲିସ ଏହି ସୂଚନା ପ୍ରଦାନ କରିଛି । ସ୍ଥାନୀୟ ଥାନା ଆଇଆଇସି ଯଶବନ୍ତ ହିଆଲ, ଏସଆଇ ସୁଶାନ୍ତ ବେହେରା, ରୁଦ୍ରମାଧବ ମୁଦୁଲି, ଗୁଡାରୀର ଏସକେ ପାଉଡିଆ, ରାମନାଗୁଡାର ପୃଥିବୀରାଜ ହରିଚନ୍ଦନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଞ୍ଚସୀନ ଥିଲେ।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories