www.samajalive.in
Saturday, December 13, 2025
23.1 C
Bhubaneswar

ବୌଦ୍ଧରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ପାଳିତ

ବୌଦ୍ଧ : ଓଡ଼ିଶାର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ,ସମାଜସେବୀ,କବି ,ଲେଖ ଓ ଦୈନିକ ସମ୍ବାଦପତ୍ର ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ବୌଦ୍ଧ ଜିଲାପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନେହେରୁ ଯୁବକେନ୍ଦ୍ର ଓ ଯୁବ ରେଡକ୍ରସ ପକ୍ଷରୁ ବୁଟୁପାଲିରେ ରାସ୍ତା ସଫେଇ ପରେପରେ ନେହେରୁ ଯୁବକେନ୍ଦ୍ରର ଜିଲା ଅଧିକାରୀ ନବନିତ କୁମାର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ,ଯୁବ ରେଡକ୍ରସର ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ସମାଜର ଜିଲା ପ୍ରତିନିଧି ଶଶାଙ୍କ ଶେଖର ମିଶ୍ର,ସମାଜସେବୀ ଦେବାଶିଷ ପୁରୋହିତ,ସଜ୍ଜନ କୁମାର ଅଗ୍ରୱାଲା ଓ ଅକ୍ଷୟ କୁମାର ମହାକୁଡ ପ୍ରମୁଖ ବୌଦ୍ଧ ଗୋପବନ୍ଧୁଛକଠାରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ।

 

- Advertisement -

ଭାରତ ସରକାରଙ୍କ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶବ୍ୟାପୀ ସ୍ୱଛ ଭାରତ କାର୍ଯ୍ୟକ୍ରମ ଚାଲୁରହିଛି। ଏହି ପରିପ୍ରେକ୍ଷିରେ ବୌଦ୍ଧ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସଂକଳ୍ପ ନିଆଯାଇ ସ୍ୱଛତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ଆଜି ବୌଦ୍ଧର ଜାମୁଛକଠାରୁ ଆରମ୍ଭ କରି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଜମା ହୋଇଥିବା କୁଢ କୁଢ ପ୍ଲାଷ୍ଟିକ ସଫେଇ କରାଯିବା ସହିତ ଓୟାରଲେସ ଛକ,ଗାନ୍ଧୀ ଛକ,ବସଷ୍ଟାଣ୍ଡ,କଚେରୀଛକ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲା ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ନବନୀତ କୁମାର, ଡିଜି ପ୍ରତିନିଧି ଦେବାଶିଷ ପୁରୋହିତ,ଯୁବ ରେକଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ,ଗ୍ରାମ୍ୟ ବିକାଶ ପରିଷଦର ସମ୍ପାଦକ କୃତ୍ତିବାସ ପଲିଆ ପ୍ରମୁଖ ଉପସ୍ଥିତ ଥିଲେ। ସେଫେଇ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ,ରେଡକ୍ରସର ସ୍ୱେଛାସେବୀ, ସମେତ ଯୁବ ରେଡକ୍ରସର ସ୍ୱେଛାସେବୀମାନେ ସାମିଲ ହୋଇଥିଲେ। ୟୁଥ କ୍ଲବର ସ୍ୱେଛାସେବୀମାନେ ସଂପୁର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ସ୍ୱଛ ଭାରତ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories