www.samajalive.in
Sunday, December 14, 2025
18.1 C
Bhubaneswar

ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଯୋଗାଇବା ଅଦାଲତ ଓ ଓକିଲଙ୍କ ନୈତିକ ଦାୟିତ୍ୱ – ମୁଖ୍ୟ ବିଚାରପତି 

ବୌଦ୍ଧ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଡଃ. ଏସ.ମୁରଲିଧର ଶନିବାର ଦିନିକିଆ ବୌଦ୍ଧଜିଲା ଗସ୍ତ କରିଛନ୍ତି। ମୁଖ୍ୟବିଚାରପତି ଅପରାହ୍ନରେ ବୌଦ୍ଧରେ ପହଞ୍ଚି ପ୍ରଥମେ ଜିଲା କୋର୍ଟ ବୁଲି ଦେଖିବା ସହ ଜିଲା କୋର୍ଟର ବିଚାରପତିମାନଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲା ଓକିଲ ସଂଘ ପକ୍ଷରୁ ଜିଲା ସଂଗ୍ରହାଳୟ ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭ ପୁର୍ବରୁ ଜିଲାର ରାଜୁଡା ଅମଳରେ ନିର୍ମିତ ଶତାୟୁ କୋଠା ତଥା ବର୍ତ୍ତମାନର ଜିଲା ସଂଗ୍ରହାଳୟକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ବୁଲାଇ ଦେଖାଇଥିଲୋ। ପରେ ଜିଲା ଓକିଲ ପକ୍ଷରୁ ଐତିହାସିକ ସଂଗ୍ରହାଳୟ ପରିସରରେ ଆୟୋଜିତ ବୈଠକରେ ଯୋଗଦେଇଥିଲେ।

 

- Advertisement -

ଜିଲା ଓକିଲ ସଂଘର ସଭାପତି ତାରେଣୀ କୁମାର ମହାପାତ୍ରଙ୍କ ଅଧକ୍ଷତାରେ ଓ ବରିଷ୍ଠ ଆଇନଜିବୀ ନବ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ବିଚାରପତି ଡଃ. ଏସ.ମୁରଲିଧର ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଯୋଗାଇବା ଉଭୟ ଅଦାଲତ ଓ ଓକିଲଙ୍କ ନୈତିକ ଦାୟିତ୍ୱ ବୋଲି କହିଥିବା ସଙ୍ଗେ ସଙ୍ଗେ କରୋନା ଆଳରେ ଅଦାଲତ କାର୍ଯ୍ୟକୁ ବ୍ୟାଘତ ନକରିବା ପାଇଁ ଅନୁରୋଧ କରିଥିଲେ। ଏହା ସହ କେବଳ ଜାମିନ, ମିଳାମିଶା ମାମଲା, କିମ୍ବା ଜେଲରେ ଥିବା ଅଭିଯୁକ୍ତଙ୍କ ମାମଲା ନକରି ସମସ୍ତ ପ୍ରକାର ମାମଲା କରିବାକୁ ପରାମର୍ଶ ଦେଇଥିଲେ। କୋର୍ଟରେ କଣ୍ଟେଷ୍ଟ ମାମଲା ପରିଚାଳନା କଲେ ଉଭୟ ଓକିଲ ଓ ବିଚାରପତିମାନଙ୍କ ଗୁରୁତ୍ୱ ତଥା ଗୂଣାତ୍ମକ ମାନ ବଢିବ ବୋଲି କହିଥିଲେ। ମୁଖ୍ୟ ବିଚାରପତିଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଦଶହରା ପୁଜା ଛୁଟି ପରେ ନିୟମିତ ଅଦାଲତ କାର୍ଯ୍ୟ କରିବାକୁ ଓକିଲ ମାନଙ୍କ ତରଫରୁ ପ୍ରତିଶୃତି ଦିଆଯାଇଥିଲା। ଏହି ଅବସରରେ ଜିଲା ଓକିଲ ସଂଘ ପକ୍ଷରୁ ବୌଦ୍ଧରେ ଜିଲା ଫେମିଲି କୋର୍ଟ,ସ୍ୱତନ୍ତ୍ର ଭିଜିଲାନସ କୋର୍ଟ ଓ ସ୍ଥାୟୀ ଲୋକଅଦାଲତ ସ୍ଥାପନ ପାଇଁ ମୁଖ୍ୟବିଚାରପତିଙ୍କ ନିକଟରେ ଦାବି କରାଯାଇଥିଲା। ଜିଲାର ଓକିଲଙ୍କ ଦାବୀ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ବିଚାରପତି କହିଥିଲେ। ଜିଲା ସଂଗ୍ରହାଳୟ ବୁଲି ଦେଖିବାପରେ ରେକର୍ଡ ବୁକ୍ରେ ନିଜର ମନ୍ତବ୍ୟ ଲେଖିବା ସହିତ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ସ୍ଥାପନା ପାଇଁ ଜିଲା ପ୍ରଶାସନର ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲା ଓକିଲ ସଂଘର ସଂପାଦକ ଅଶୋକ କୁମାର ମଞ୍ଚାସୀନ ଥିବା ସହ ସଂଘର ଉପସଭାପତି ଆଶୋକ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ମୁଖ୍ୟ ବିଚାରପତିଙ୍କ ଏହି ଗସ୍ତ ସମୟରେ ଜିଲାଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡା, ଅତିରିକ୍ତ ଜିଲା ଦୌରାଜଜ ସତ୍ୟନାରାୟଣ ଷଢଙ୍ଗୀ, ସିଜେଏମ ହୃଷିକେଶ ଆଚାର୍ଯ୍ୟ,ସବଜଜ ଦୁର୍ବାଶା ଦୁର୍ଗା,ରେଜିଷ୍ଟାର ପ୍ରିତିଶ କୁମାର ରାଉତରାୟ,ଏସଡିଜେଏମ ସୁମିତ୍ରା ସାହୁ,ଆଇନ ସେବା ପ୍ରାଧିକରରଣ ସଚିବ ଚରଣଜିତ ଓରାମ,କୋର୍ଟ ମେନେଜର ଚିନ୍ମୟୀ ମହାପାତ୍ର ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲା ଓକିଲ ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories