www.samajalive.in
Friday, December 12, 2025
16.1 C
Bhubaneswar

ଉଚ୍ଚନ୍ୟାୟାଳୟରେ ଶପଥ ନେଲେ ଦୁଇ ବିଚାରପତି

କଟକ; ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଉଚ୍ଚ ନ୍ୟାୟାଳୟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟରୁ ଜଷ୍ଟିସ ଯଶୋବନ୍ତ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିବା ବେଳେ କୋଲକାତା ଉଚ୍ଚ ନ୍ୟାୟାଳୟରୁ ‌ଆସିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା। ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୨୭ ଥିବାବେଳେ ଆହୁରି ୧୩ଟି ପଦ ଖାଲି ଅଛି। ତେବେ ଜଷ୍ଟିସ ଯଶୱନ୍ତ ସିଂ ୧୯୬୧ ମସିହା ଫେବୃଆରୀ ୨୩ ତାରିଖରେ ହରିୟାଣାର ରୋହତକରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ ମସିହାରେ ଗ୍ରାଜୁଏସନ କରିବା ପରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ଓ ଏମବିଏ ଡିଗ୍ରୀ ହାସଲ କରିଥିଲେ। ୧୯୮୬ ମସିହାରେ ଓକିଲ ଭାବେ ପଞ୍ଜିକୃତ ହେବା ପରେ ୧୯୮୮ରୁ ସିରସା ଜିଲା ଅଦାଲତରେ ଓକିଲାତି ଆରମ୍ଭ କରିଥିଲେ। ୧୯୯୧ ମସିହାରେ ସେ ଚଣ୍ଡୀଗଡ଼ ଯାଇ ପଞ୍ଜାବ ହରିୟାଣା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିଥିଲେ। ଏହାପରେ ସେହି ଉଚ୍ଚ ନ୍ୟାୟାଳୟରେ ସରକାରୀ ଓକିଲ ଭାବେ ଦୀର୍ଘ ଦିନ କାର୍ଯ୍ୟ ସମ୍ପାଦନ କରିଥିଲେ। ୨୦୦୭ ଡିସେମ୍ବର ୫ ତାରିଖରେ ସେ ପଞ୍ଜାବ ହରିୟାଣା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ନେଇଥିଲେ। ସେବେଠାରୁ ପଞ୍ଜାବ ହରିୟାଣା ଉଚ୍ଚ ନ୍ୟାୟାଳୟର ଵିଚାରପତି ଭାବେ କାର୍ଯ୍ୟ କରି ଆସୁଥିଲେ।

- Advertisement -

ସେହିପରି ଜଷ୍ଟିସ ଅରିନ୍ଦମ ସିହ୍ନା ୧୯୬୫ ମସିହା ସେପ୍ଟେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଆଇନ ଶିକ୍ଷା ସମାପ୍ତ ପରେ ୧୯୯୧ ମସିହା ମାର୍ଚ୍ଚ ୧୧ ତାରିଖରେ ଓକିଲ ଭାବେ ନିଜ ନାମ ପଞ୍ଜୀକରଣ କରି କୋଲକତା ଉଚ୍ଚ ନ୍ୟାୟାଳୟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ଦୀର୍ଘ ୨୨ ବର୍ଷ ଧରି ଦେୱାନୀ, ବାଣିଜ୍ୟ ଓ ସମ୍ବିଧାନ ସଂକ୍ରାନ୍ତିୟ ମାମଲାର ସଫଳ ପରିଚାଳନା କରି ୨୦୧୩ ଅକ୍ଟୋବର ୩୦ ରେ କଲିକତା ଉଚ୍ଚ ନ୍ୟାୟାଳୟରେ ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୬ ମାର୍ଚ୍ଚ ୧୪ ତାରିଖରେ ସେହି ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି କୋଲକତା ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories