www.samajalive.in
Tuesday, December 9, 2025
16.1 C
Bhubaneswar

ମସ୍‌ଜିଦରେ ଆତ୍ମଘାତୀ ବିସ୍ଫୋରଣ; ଶତାଧିକ ମୃତ

କାବୁଲ: ଆଫଗାନିସ୍ତାନର ଉତ୍ତରାଞ୍ଚଳ କୁନ୍ଦୁଜ୍‌ ସହର ଅନ୍ତର୍ଗତ ଖାନ୍‌ ଆବାଦ୍‌ସ୍ଥିତ ଏକ ମସ୍‌ଜିଦରେ ଶୁକ୍ରବାର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟି ଶତାଧିକ ସିଆ ସମ୍ପ୍ରଦାୟ ଲୋକ ପ୍ରାଣ ହରାଇଛନ୍ତି। କାବୁଲସ୍ଥିତ ଜାତିସଂଘ ମିଶନ ପକ୍ଷରୁ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଇଛି। ଶୁକ୍ରବାର ମଧ୍ୟାହ୍ନ ପ୍ରାର୍ଥନା ସମୟରେ ଘଟିଥିବା ଏହି ବିସ୍ଫୋରଣରେ ଅାହୁରି ଶତାଧିକ ଆହତ ହୋଇଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି। ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଥିବାରୁ ପ୍ରକୃତ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇ ନାହିଁ। ବିସ୍ଫୋରଣ ସ୍ଥଳରେ ୧୦୦ରୁ ଅଧିକ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ି ରହିଥିବାବେଳେ ଡାକ୍ତରଖାନାଗୁଡ଼ିକରେ ଆହତଙ୍କ ସଂଖ୍ୟା ବଢ଼ିଚାଲିଛି। ସେମାନଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ଦେଖାଦେଇଥିବା ଡାକ୍ତର କହିଛନ୍ତି। ମସ୍‌ଜିଦ ପରିସର ରକ୍ତରଞ୍ଜିତ ହୋଇଛି।

ଏହି ବିସ୍ଫୋରଣ ସମ୍ପର୍କରେ କୌଣସି ଆତଙ୍କବାଦୀ ସଂଗଠନ ବିବୃତି ଦେଇ ନ ଥିବାରୁ ଏହା ପଛରେ କାହାର ହାତ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ; ତେବେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)କୁ ଏଥିପାଇଁ ଦାୟୀ କରାଯାଉଛି। ସୁନ୍ନି ଆତଙ୍କବାଦୀଙ୍କର ହାତ ଏହା ପଛରେ ରହିଥିବା ମଧ୍ୟ କୁହାଯାଉଛି। ଆଫଗାନିସ୍ତାନରେ ସିଆଙ୍କ ସଂଖ୍ୟା ୨୦ପ୍ରତିଶତ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହାଜରା ସମ୍ପ୍ରଦାୟର ଏବଂ ସେମାନେ ସବୁବେଳେ ସୁନ୍ନିଙ୍କ ଆକ୍ରୋଶର ଶିକାର ହୋଇଥାଆନ୍ତି। ୨୦୧୭ରେ ସଂଘଟିତ ଏକ ଆଇଏସ୍‌ ଆତ୍ମଘାତୀ ବିସ୍ଫୋରଣରେ ୫୬ ସିଆ ସମ୍ପ୍ରଦାୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ସମାନ ସଂଖ୍ୟକ ଆହତ ହୋଇଥିଲେ। ଚଳିତ ବର୍ଷ ମେ’ରେ କାବୁଲର ଏକ ବିଦ୍ୟାଳୟ ନିକଟରେ ହୋଇଥିବା ବିସ୍ଫୋରଣରେ ହାଜରା ସମ୍ପ୍ରଦାୟର ୮୫ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୩୦୦ ଆହତ ହୋଇଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories