www.samajalive.in
Monday, December 15, 2025
27.1 C
Bhubaneswar

ନବରାତ୍ର : ନଅ ଦିନରେ ମା’ଙ୍କ ବିଭିନ୍ନ ରୂପ ଓ ଭୋଗ

ନବରାତ୍ରରେ ନଅ ଦିନ ଧରି ଦେବୀ ଦୁର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କରାଯାଏ। ନବରାତ୍ରରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର ସ୍ଥାପନା କରାଯାଇଥାଏ। ଏହାକୁ ପୂଜା କରାଯାଇଥାଏ। ମାତ୍ର ଏପରି କରିବାର କାରଣ ପଛରେ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ନବରାତ୍ରରେ ଯଅ କିମ୍ବା ଗହମ ବୁଣିବା ପଛରେ ମାନ୍ୟତା ରହିଛି ଯେ, ସୃଷ୍ଟିର ଆରମ୍ଭରେ ସର୍ବପ୍ରଥମ ଫସଲ ଯଅ ଥିଲା। ତେଣୁ ଏହାକୁ ପୁଣ୍ୟ ପସଲ ବୋଲି ମଧ୍ୟ କୁହାଯାଇଥାଏ। ଯଅ ବୁଣିବାର ମୁଖ୍ୟ କାରଣ ହେଉଛି ଅନ୍ନକୁ ବ୍ରହ୍ମ କୁହାଯାଇଥାଏ, ତେଣୁ ଅନ୍ନର ସମ୍ମାନ କରିବା ଉଚିତ।
ଯଅ ଶୀଘ୍ର ବଢିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧିର ସଙ୍କେତ ଦେଇଥାଏ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଧବଳ ଓ ସିଧା ହେଲେ ଏହାକୁ ଶୁଭ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଯଦି ଶେଷ ଆଡ଼ୁ ହଳଦିଆ ଓ ଉପର ଆଡ଼ୁ ସବୁଜ ରଙ୍ଗ ହୁଏ, ତେବେ ଏହାର ସଙ୍କେତ ଯେ ବର୍ଷର ଆରମ୍ଭ ସମୟ ଭଲ ନ ହେଲେ ମଧ୍ୟ ବର୍ଷର ଶେଷ ସମୟ ଖୁବ ଭଲ ହେବ।
ଯଅ ଯଦି ଆରମ୍ଭରୁ ସବୁଜ ଓ ଘନ ହୋଇ ବଢେ, ତେବେ ଏହା ଆପଣଙ୍କୁ ବର୍ଷଯାକ ଶୁଭଫଳ ପ୍ରଦାନ କରିବ ।
ନବରାତ୍ରର ନଅ ଦିନରେ ମା’ଙ୍କ ବିଭିନ୍ନ ରୂପକୁ ପୂଜାର୍ଚ୍ଚନା କରାଯାଏ। ସେହି ପ୍ରକାରେ ଏହି ୯ ଦିନରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଅନୁସାରେ ପ୍ରସାଦ ଅର୍ପଣ କରାଯାଏ। ଏହାଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ। ଜାଣନ୍ତୁ ………

ନବରାତ୍ରର ପ୍ରଥମ ଦିନ ଅର୍ଥାତ ମା’ଶୈଳପୁତ୍ରୀଙ୍କ ଦିନ। ଏହିଦିନ ଦେବୀ ମା’ଙ୍କ ଚରଣରେ ଗାଈର ଶୁଦ୍ଧ ଘିଅ ଅର୍ପଣ କରନ୍ତୁ। ଏହା ଦ୍ୱାରା ଆରୋଗ୍ୟର ଆଶୀର୍ବାଦ ମିଳିଥାଏ। ବିଭିନ୍ନ ସମସ୍ୟା ଦୂର ହୋଇ ଶରୀର ନିରୋଗ ରହିଥାଏ।

- Advertisement -

ନବରାତ୍ରର ୨ୟ ଦିନରେ ମା’ବ୍ରହ୍ମଚାରିଣୀଙ୍କର। ଏହିଦିନ ଦେବୀମା’ଙ୍କୁ ଚିନି ଭୋଗ ଅର୍ପଣ କରନ୍ତୁ। ଏହାପରେ ଏହି ଭୋଗକୁ ପରିବାର ଲୋକଙ୍କୁ ବାଣ୍ଟି ଦିଅନ୍ତୁ। ଏହାଦ୍ୱାରା ପରିବାର ଲୋକଙ୍କ ଆୟୁ ବୃଦ୍ଧି ହୋଇଥାଏ।

ନବରାତ୍ରର ୩ୟ ଦିନ। ମା’ ଦୁର୍ଗାଙ୍କର ସ୍ୱରୂପ ମା’ଚନ୍ଦ୍ରଘଣ୍ଟାଙ୍କର ବିଶେଷ ପୂଜାର୍ଚ୍ଚନା ଓ ଆରାଧନା କରାଯାଇଥାଏ। ମା’ଙ୍କ ଆଉ ଏକ ରୂପ ଚନ୍ଦ୍ରଘଣ୍ଟା। ଏହି ରୂପର ପୂଜାର୍ଚ୍ଚନା ଦ୍ୱାରା ଖିର କିମ୍ବା ଖିରରେ ପ୍ରସ୍ତୁତ ମିଠା ଭୋଗ ଅର୍ପଣ କରାଯାଏ। ଏହାଦ୍ୱାରା ବିଭିନ୍ନ ଦୁଃଖରୁ ମୁକ୍ତି ମିଳିଥାଏ।

ନବରାତ୍ରର ୪ର୍ଥ ଦିନ ମା’କୁଷ୍ମାଣ୍ଡାଙ୍କ ପୂଜା-ଆରାଧନା କରାଯାଏ।  ମା’ଙ୍କ ନିକଟରେ ମାଲପୁଆ ଭୋଗ ଅର୍ପଣ କରାଯାଏ। ଏହି ଭୋଗକୁ ମନ୍ଦିରର ବ୍ରାହ୍ମଣକୁ ଦାନ ଦେବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।

ନବରାତ୍ରର ପଞ୍ଚମ ଦିନରେ ମା’ସ୍କନ୍ଦମାତାଙ୍କର। ଏହିଦିନ ମା’ଙ୍କୁ କଦଳୀର ନୈବେଦ୍ୟ ଅର୍ପଣ କରାଯାଏ। ଏହାଦ୍ୱାରା ଶରୀର ନିରୋଗ ରହିଥାଏ।
ନବରାତ୍ରର ଷଷ୍ଠ ଦିନ ଦେବୀ କାତ୍ୟାୟନୀଙ୍କୁ ସମର୍ପିତ। ନବରାତ୍ରର ଷଷ୍ଠ ଦିନରେ ଦେବୀ ମା’ଙ୍କୁ ମହୁ ଭୋଗ ଅର୍ପଣ କରନ୍ତୁ। ଏହାଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

ନବରାତ୍ରର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର ସପ୍ତମ ସ୍ୱରୂପ ମା’ କାଳରାତ୍ରୀଙ୍କର ପୂଜା-ଆରାଧନା କରାଯାଇଥାଏ। ନବରାତ୍ରର ସପ୍ତମ ଦିନରେ ମା’ଙ୍କୁ ଗୁଡ଼ ଭୋଗ ଲଗାନ୍ତୁ। ଏହାପରେ ବ୍ରାହ୍ମଣକୁ ଦାନ କରନ୍ତୁ। ଏହାଦୂର ବହୁ ସଙ୍କଟରୁ ରକ୍ଷା ମିଳେ।

ନବରାତ୍ରର ଅଷ୍ଟମ ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମା’ମହାଗୌରୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ନବରାତ୍ରର ଅଷ୍ଟମ ଦିନରେ ମା’ଙ୍କ ନିକଟରେ ନଡ଼ିଆ ଭୋଗ ଅର୍ପଣ କରନ୍ତୁ। ଏହାକୁ ଦାନ ମଧ୍ୟ କରନ୍ତୁ। ଏହା ଦ୍ୱାରା ସନ୍ତାନ ଜନିତ ସୁଖପ୍ରାପ୍ତି ହୋଇଥାଏ। ମା’ଙ୍କୁ ଲାଲ ଫୁଲ ଅର୍ପଣ କରିବା ସହ ଖିରୀ, ହାଲୱା, ମିଠା ଆଦି ଭୋଗ କରନ୍ତୁ।

ନବରାତ୍ରର ନବମ ଦିନରେ ମା’ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଇଥାଏ। ଏହି  ଦିନରେ ରାଶି ଲଡ଼ୁ ଭୋଗ ଲଗାନ୍ତୁ। ଏହାପରେ ବ୍ରାହ୍ମଣକୁ ଦାନ କରନ୍ତୁ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories