www.samajalive.in
Monday, December 15, 2025
16.1 C
Bhubaneswar

ବୌଦ୍ଧରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ 

ବୌଦ୍ଧ : ଆରମ୍ଭ ହେଲା ପାର୍ବଣର ଉତ୍ସବ। ବୌଦ୍ଧ ସହରର ମାଳୀସାହି ସ୍ଥିତ ଦୁର୍ଗାମଣ୍ଡପ ଠାରେ ମା’ ଦୁର୍ଗାଙ୍କର ନବରାତ୍ର ପୂଜା ଆରମ୍ଭ ହୋଇଛି। ସ୍ଥାନୀୟ ରାମନାଥ ଯୁବ ସଂସଦ ଆନୁକୁୁଲ୍ୟରେ ଆରମ୍ଭ ହୋଇଥିବା ଏହି ନବରାତ୍ର ପୂଜାରେ ମା’ ଦୁର୍ଗାଙ୍କର ଷୋଡଶୋ ଉପଚାର ପୂଜା ସହ ପ୍ରତ୍ୟହ ଚଣ୍ଡି ପାଠ କରାଯିବ। ପ୍ରତିଦିନ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ବେଶରେ ପୂଜା ହେବା ସହ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଛି। ବୈାଦ୍ଧ ଗଡଜାତ ସମୟରୁ ରାଜବାଟୀ ଠାରେ ମାଁ ଦୁର୍ଗାଙ୍କୁ ମାଳୀ ପୂଜକ ମାନେ ନବରାତ୍ର ପୂଜା କରୁଥିଲେ । ରାଜୁଡା ଶାସନ ପରେ ରାଜବାଟୀ ଠାରେ ହେଉଥିବା ମା’ ଙ୍କ ପୂଜା ବନ୍ଦ ହୋଇଯିବା ପରେ ମାଳୀ ପୂଜକ ମାନେ ମାଙ୍କ ଚଳନ୍ତି ପ୍ରତିମାକୁ ରାମେଶ୍ୱର ମନ୍ଦିରରେ ସ୍ଥାପନ କରି ମାଳିସାହି ଠାରେ ଦୀର୍ଘ ବର୍ଷ ହେଲା ନବରାତ୍ର ପୂଜା କରିଆସୁଛନ୍ତି। ଦଶହରା ପର୍ଯ୍ୟନ୍ତ ବିଭିନ୍ନ ଉପଚାରରେ ମାଁଙ୍କ ପୂଜା ଆରାଧନା କରାଯାଉଛି। ଏଠାର ଏକ ପରମ୍ପରା ଅନୁଯାୟୀ ପ୍ରତ୍ୟହଦିନ ମାଁଙ୍କର ଚଳନ୍ତି ପ୍ରତିମା ନଗର ପରିକ୍ରମାରେ ଯାଇଥାନ୍ତି। ଏବଂ ଦଶହରା ଦିନ ସହରର ବିଭିନ୍ନ ସାହିରେ ପୂଜା ପାଇଆସୁଥିବା ଦୁର୍ଗାମଣ୍ଡପ ଗୁଡିକରେ ଭେଟ ହୋଇଥାନ୍ତି।

 

- Advertisement -

ମା’ଙ୍କ ଆବାହନ ପୂର୍ବରୁ ବିଲ୍ୱ ବରଣ କରାଯାଇ ଅଷ୍ଟକୋଟି ଦେବାଦେବୀଙ୍କୁ ଆବାହନ ପରେ ଘଟ ସ୍ଥାପନ କରାଯାଇଥିଲା। ଘଟ ସ୍ଥାପନ, ନବ ପତ୍ରିକା ପ୍ରବେଶ ଓ ଚକ୍ଷୁଦାନ ପରେ ମାଙ୍କ ଆବାହନ କରାଯାଇ ସପ୍ତସତୀ ଚଣ୍ଡୀ ପାଠ ସହିତ ହୋମ କରାଯାଇଥିଲା। ବୌଦ୍ଧରେ ଏହି ମଣ୍ଡପରେ ମା ଙ୍କ ଆବାହନ ହେଲା ପରେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ପୀଠରେ ମହାଷ୍ଟମୀ ଦିନ ନିଶାରାତ୍ରରେ ବଳିପ୍ରଥା କରାଯାଇଥାଏ। ପୂଜକ ଭାବରେ ଅଙ୍ଗିରା ମିଶ୍ର ଶର୍ମା ଓ କର୍ତ୍ତା ଭାବରେ ସୂର୍ଯ୍ୟନ୍ଦ୍ରେ କୁମାର ଶତପଥି ଦାୟୀତ୍ୱ ତୁଲାଇ ଥିବା ବେଳେ ରାମନାଥ ଯୁବ ସଂସଦ ସଭାପତି ଶ୍ୟାମସୁନ୍ଦର ବାରିକ,ସଂପାଦକ ସୁଦର୍ଶନ ନାୟକ, ଶ୍ରବଣ ବଡମାଳୀ, ନିରଜ ପାଢୀ, ସୁଶୀଲ ପ୍ରଧାନ, ନିରଂଜନ ନାୟକ, ହେମନ୍ତ ନାୟକ ପ୍ରମୁଖ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରୁଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories