www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ପିତୃଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ : ପିତୃପକ୍ଷ ଶେଷ ଓ ମହାଳୟା ଅବସରରେ ଗତ ଆଶ୍ୱୀନ ମାସ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ବ୍ୟାପି ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ପିତୃଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାନଦୀ ତୀର ଚନ୍ଦ୍ରଚୂଡ ମନ୍ଦିର ପରିସରରେ ତିଳ ତର୍ପଣ କାର୍ଯ୍ୟକ୍ରମର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ସଞ୍ଜୀବ କୁମାର ପଣ୍ଡା, ରଂଜିତ କୁମାର ହୋତା, ଶଶାଙ୍କ ଶେଖର ମିଶ୍ର ଓ ହରି ଶତପଥି, ପୁଜାର୍ଚ୍ଚନା କରିଥିବା ବେଳେ ବ୍ରାହ୍ମଣ ସମାଜ ତରଫରୁ ସଂପାଦକ ଦେବାଶିଷ ପୁରୋହିତ, କାର୍ଯ୍ୟକାରୀ ସଦସ୍ୟ ରଘୁନାଥ ଷଡଙ୍ଗୀ, ସୂର୍ଯ୍ୟନାରାୟଣ ଶତପଥି, ହରିଶଙ୍କର ବିଶି ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦାନ କରି ନିଜ ନିଜ ପିତୃପୁରୁଷ ଓ ବନ୍ଧୁବାନ୍ଧବମାନଙ୍କୁ ତିଳତର୍ପଣ ପ୍ରଦାନ କରିଥିଲେ। ଶେଷରେ ସାମୁହିକଭାବେ ଗତବର୍ଷ ମୃତ୍ୟୁବରଣ କରିଥିବା ଆତ୍ମାମାନଙ୍କ ଉଦ୍ଦେଶ୍ୟରେ ଶାନ୍ତି ନିମନ୍ତେ ତର୍ପଣ କରାଯାଇଥିଲା। ପୁର୍ଣ୍ଣାହୁତି ଦିବସ ଅବସରରେ ଧବଳେଶ୍ୱର ବଡମାଳୀ, ତୃପ୍ତିରଞ୍ଜନ ଦାନୀ, ବିଜୟ କୁମାର ସାହୁ, ଗଜେନ୍ଦ୍ର କୁମାର ସାହୁ, ସୁମିତା ସାହି ଓ ସଂଯୁକ୍ତାରାଣୀ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଆସନ୍ତା ବର୍ଷ ଉକ୍ତ କାର୍ଯ୍ୟକ୍ରମକୁ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

 

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories