www.samajalive.in
Monday, December 15, 2025
16.1 C
Bhubaneswar

ଲଖିମପୁର ଖେରି ହିଂସାକାଣ୍ଡ; ଜଣିକିଆ ତଦନ୍ତ ଆୟୋଗ ନିଯୁକ୍ତ କଲେ ଉତ୍ତର ପ୍ରଦେଶ ରାଜ୍ୟପାଳ

ଲଖିମପୁର ଖେରି: ଉତ୍ତର ପ୍ରଦେଶର ଲଖିମପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ କରିବାକୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଜଣିକିଆ ତଦନ୍ତ ଆୟୋଗ ନିଯୁକ୍ତ କରିଛନ୍ତି । ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ପ୍ରଦୀପ କୁମାର ଶ୍ରୀବାସ୍ତବ ଏହି ଜଣିକିଆ ତଦନ୍ତ ଆୟୋଗ ଭାବରେ ନିଯୁକ୍ତି ପାଇଛନ୍ତି । ସେ ସମୁଦାୟ ଘଟଣା ସମ୍ପର୍କରେ ତଦନ୍ତ କରି କେଉଁ ପରିସ୍ଥିତିରେ ୮ ଜଣଙ୍କର ପ୍ରାଣହାନି ଘଟିଲା ତାହାର ରିପୋର୍ଟ ଦୁଇମାସ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି । ଏହା ପୂର୍ବରୁ ବୁଧବାର ଦିନ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଳ ଗାନ୍ଧୀ ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ସେମାନଙ୍କୁ ଭେଟିବା ପରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ପ୍ରିୟଙ୍କା କହିଥିଲେ ଯେ ଅଜୟ ମିଶ୍ର ତେନି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ଘଟଣାରେ ନ୍ୟାୟ ମିଳିବା ସମ୍ଭବ ନୁହେଁ । ଏଥିସହିତ ସେ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯିବାକୁ ମଧ୍ୟ ଦାବି କରିଛନ୍ତି । ସେ କହିଛନ୍ତି ଯେ ନିଜ ପରିବାର ସଦସ୍ୟଙ୍କୁ ହରାଇଥିବା ପରିବାରଗୁଡିକ ଅନୁକମ୍ପା ରାଶି ଚାହୁଁନାହାନ୍ତି, ସେମାନେ ନ୍ୟାୟ ମାଗୁଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ସୁପ୍ରିମକୋର୍ଟ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିବା ସହିତ ତାହାର ଶୁଶାଣି ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ନେତୃତ୍ୱରେ ଗଠିତ ଏକ ପୀଠ ନିକଟରେ ଏହାର ଶୁଣାଣି ହେଉଛି । ଅନ୍ୟଏକ ଘଟଣାକ୍ରମରେ ମୃତକଙ୍କ ପରିବାରଙ୍କୁ ଭେଟିବାକୁ ଝାଡଖଣ୍ଡର କଂଗ୍ରେସ ନେତା ଆସୁଥିବାବେଳେ ପୁଲିସ ସେମାନଙ୍କୁ ଉତ୍ତର ପ୍ରଦେଶର ୱିନଧାମଗଞ୍ଜ ନିକଟରେ ଅଟକାଇଛି ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories