www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଭୁ ଶିବ-ପାର୍ବତୀଙ୍କ ବିବାହ ସ୍ଥାନ

ଉତ୍ତରାଖଣ୍ଡର ରୁଦ୍ରପ୍ରୟୋଗ ଠାରେ ଅବସ୍ଥିତ ‘ତ୍ରିୟୁଗୀ ନାରାୟଣ’ ଏକ ପବିତ୍ର ଧାର୍ମିକ ସ୍ଥଳୀ ଅଟେ। ଶାସ୍ତ୍ରରେ କୁହାଯାଇଛି ଯେ, ସତ୍ୟଯୁଗରେ ଭଗବାନ ଶିବ ମା’ପାର୍ବତୀଙ୍କୁ ଏଠାରେ ବିବାହ କରିଥିଲେ। ଦର୍ଶନ ନିମନ୍ତେ ଏଠାକୁ ପ୍ରତିବର୍ଷ ବହୁ ଶ୍ରଦ୍ଧାଳୁ ଆସି ଥାଆନ୍ତି। ସନ୍ତାନ ପ୍ରାପ୍ତି ପାଇଁ ବିଭିନ୍ନ ଦେଶରୁ ବହୁ ଲୋକେ ଏଠାକୁ ଆସିଥାଆନ୍ତି। ପ୍ରତି ବର୍ଷ ସେପ୍ଟେମ୍ବର ମାସରେ ଏଠାରେ ମେଳା ହୋଇଥାଏ। ଏହି ମେଳାରେ ବହୁ ଲୋକଙ୍କ ସମାଗମ ହୋଇଥାଏ।
ମାନ୍ୟତା ରହିଛି ଯେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତ୍ରିୟୁଗୀ ମନ୍ଦିର ଠାରୁ କିଛି ଦୂରରେ ଗୌରୀ କୁଣ୍ଡ ନାମକ ସ୍ଥାନରେ ମା’ପାର୍ବତୀ ତପସ୍ୟା କରିଥିଲେ ଏବଂ ଏହା ପରେ ପ୍ରଭୁ ଶିବଶଙ୍କର ଏହି ମନ୍ଦିରରେ ମା’ପାର୍ବତୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ପ୍ରଜ୍ଜଳିତ ହୋଇଥିବା ଅଗ୍ନି କୁଣ୍ଡର ସେହି ଅଗ୍ନି ଆଜି ମଧ୍ୟ ଜଳୁଥିବା କୁହାଯାଏ।

ସନ୍ତାନ ପ୍ରାପ୍ତି ପାଇଁ ଏହି ଅଗ୍ନିକୁ ଦର୍ଶନ କରିବା ନିମନ୍ତେ ବହୁ ଦୂର ଦୂରାନ୍ତରରୁ ଲୋକେ ଏଠାକୁ ଆସିଥାଆନ୍ତି। ପ୍ରଭୁ କେଦାରନାଥଙ୍କୁ ଦର୍ଶନ କରିବା ପୂର୍ବରୁ ଏଠାରେ ଦର୍ଶନ କଲେ ଭଗବାନ ଖୁବ ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଇଥାଏ।
ଏଠାରେ ଆସି ଦର୍ଶନ କରି ମନୋସ୍କାମନା ପୂରଣ ହେବା ସହ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

- Advertisement -

ଗମନାଗମନ ଦୃଷ୍ଟିରୁ ସିଧାସଳଖ ଏହି ମନ୍ଦିରକୁ ବିମାନରେ ଯାଇ ହେବ ନାହିଁ। ଏହି ମନ୍ଦିରର ନିକଟତର ବିମାନ ବନ୍ଦର ହେଉଛି ଜୋଲି ଗ୍ରାଣ୍ଟ। ମୁମ୍ବାଇ ଓ ଚଣ୍ଡୀଗଡ଼ ଠାରୁ ଏହି ବିମାନରେ ଯାଇ ହେବ। ଅନ୍ୟ ବିମାନରେ ଯିବାକୁ ହେଲେ ପ୍ରଥମେ ଦିଲ୍ଲୀ ଓ ସେଠାରୁ ଦେହେରାଦୁନ୍‍କୁ ଠାରୁ ଏହି ମନ୍ଦିରକୁ ଯାଇ ହେବ।
ଟ୍ରେନରେ ଗଲେ ନିକଟତର ଷ୍ଟେସନ ହେଉଛି ଦେହେରାଦୁନ୍‍ ରେଳଷ୍ଟେସନ। ସେଠାରୁ ଏହି ମନ୍ଦିରକୁ ଯାଇ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories