www.samajalive.in
Thursday, December 11, 2025
27.1 C
Bhubaneswar

ଗିରଫ ୫ବାମପନ୍ଥୀ ନେତାଙ୍କ ଶୁଣାଣି ବାତିଲ ;୧୨ ତାରିଖ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ

ନୂଆଦିଲ୍ଲୀ: ଭୀମା କୋରେଗାଓ ମାମଲାରେ ଗିରଫ ୫ ବାମପନ୍ଥୀ ନେତା ତଥା ସାମାଜିକ କର୍ମୀଙ୍କ ସଂପର୍କରେ ଗୁରୁବାର ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। ଅଦ୍ୟାବଧି ମହାରାଷ୍ଟ୍ର ପୁଲିସ ଦ୍ୱାରା ହୋଇଥିବା ତଦନ୍ତ ପ୍ରକ୍ରିୟାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୁଲିସକୁ କଡ଼ା ସମାଲୋଚନା କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୧୨ସେପ୍ଟେମ୍ବରକୁ ଦିନ ଧାର୍ଯ୍ୟ କରିଛନ୍ତି।
ପୁନେ ପୁଲିସର ମନ୍ତବ୍ୟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମହାରାଷ୍ଟ୍ର ପୁଲିସକୁ କଡା ଭାଷାରେ ନିନ୍ଦା କରିଥିଲେ। ଏହି ମାମଲାରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବ ନାହିଁ ବୋଲି ପୁନେ ପୁଲିସର ମନ୍ତବ୍ୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମାଲୋଚନା କରିଥିଲେ। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଙ୍ଗବୀ ଭୀମା କୋରେଗାଓ ମାମଲାରେ ସ୍ୱତନ୍ତ୍ର କମିଟି ଗଠନ କରି ଏହାର ତଦନ୍ତ କରାଯିବାକୁ ନିବେଦନ କରିଥିଲେ। ଅପରପକ୍ଷରେ ବୁଧବାର ମହାରାଷ୍ଟ୍ର ସରକାର ପକ୍ଷରୁ ଗିରଫ ୫ସାମାଜିକ କର୍ମୀଙ୍କୁ ବିରୋଧ ନୁହେଁ ବରଂ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି ବୋଲି ସତ୍ୟପାଠ ଦାଖଲ କରିଥିଲେ। ସାମାଜିକ କର୍ମୀ ସମଗ୍ର ଦେଶରେ ହିଂସାକାଣ୍ଡ ଘଟାଇବା ଓ ସୁରକ୍ଷାକର୍ମୀଙ୍କ ଉପରେ ଗରିଲା ଯୁଦ୍ଧ ଶୈଳୀରେ ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories