www.samajalive.in
Monday, December 15, 2025
27.1 C
Bhubaneswar

ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ବ

ଭୁବନେଶ୍ବର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ ଚିଫ ନିଯୁକ୍ତ। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ବ ପାଇଲେ ଏୟାର ମାର୍ଶାଲ ଦିଲ୍ଲୀପ। ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲ୍ଲୀପ।  କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଫାଇଟର ଜେଟ ଉଡ଼ାଣ ଦକ୍ଷତା ରହିଛି। କାର୍ଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ବାୟୁସେନା ମେଡ଼ାଲ ପାଇଥିଲେ। ୨୦୨୦ରେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡ଼ାଲ ମିଳିଥିଲା। ଏୟାର ମାର୍ଶାଲ ଦିଲ୍ଲୀପଙ୍କର ୨୫୦୦ଘଣ୍ଟାର ଉଡ଼ାଣ ଦକ୍ଷତା ରହିଛି।

ଖଡକୱାସାଲାରେ ଥିବା ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଦିଲ୍ଲୀପ ପଟ୍ଟନାୟକ ୧୯୮୪ ମସିହାରେ ଭାରତୀୟ ବାୟୁସେନାରେ ଜଣେ ଯୁଦ୍ଧ ବିମାନ ପାଇଲଟ ଭାବେ ଯୋଗ ଦେଇଥିଲେ । କାର୍ଗିଲ ଯୁଦ୍ଧ ସମୟରେ ଅନେକ ଅପରେଶନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ । ସେତେବେଳେ ସେ ଅନେକ ଦୁଃସାହସିକ କାମ କରି ପାକିସ୍ତାନ ସୈନ୍ୟଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ପକ୍ଷରୁ ବାୟୁସେନା ସାହସିକତା ପଦକ ମିଳିଥିଲା । ଏକ ସ୍କ୍ୱାନ୍ ଏଲଡିଆର ଭାବେ ଦିଲ୍ଲୀପ ପଟ୍ଟନାୟକ ୧୯୯୯ ମସିହା ଜୁନ ୧୬ ତାରିଖରେ ବାଟାଲିକ୍ ସେକ୍ଟରରେ ଲାଇଭ୍ ଷ୍ଟ୍ରାଇକ ମିଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories