www.samajalive.in
Sunday, December 7, 2025
18.1 C
Bhubaneswar

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ ; ଜାଣନ୍ତୁ ‘ର’ ସହ ରାଷ୍ଟ୍ରପତିଙ୍କ ସମ୍ବନ୍ଧ

ନୂଆଦିଲ୍ଲୀ : ଆଜି ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୭୬ତମ ଜନ୍ମଦିନ। ଭାରତର ୧୪ ତମ ରାଷ୍ଟ୍ରପତି ରାମନାଥଙ୍କ ଜନ୍ମ ୧୯୪୫ରେ ଅକ୍ଟୋବର ୧ରେ ଉତ୍ତରପ୍ରଦେଶରେ ହୋଇଛି। ‘ର’ ରୁ ରାମନାଥ,‘ର’ ରୁ ରାଜ୍ୟସଭା ଯିବା, ‘ର’ ରୁ ରାଜ୍ୟପାଳଙ୍କ ପଦବୀ ସମ୍ଭାଳିବା ପରେ ‘ର’ ରୁ ରାଷ୍ଟ୍ରପତିଙ୍କ ରୂପରେ ‘ର’ ରୁ ରାୟସିନା ହିଲ୍ସ ସ୍ଥିତ ରାଷ୍ଟ୍ରପତିଙ୍କ ଭବନରେ ବାସ କରୁଛନ୍ତି। ଭାରତର ୧୪ ତମ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ ଜୀବନରେ ର ଅକ୍ଷରର ଅନେକ ମହତ୍ତ୍ୱ ରହିଛି। ଆଜି ତାଙ୍କ ଜନ୍ମ ଦିନ ଉପଲକ୍ଷେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଜାଣନ୍ତୁ ରାଷ୍ଟ୍ରପତିଙ୍କ ର ସହ ସମ୍ବନ୍ଧ………
ରାଷ୍ଟ୍ରପତିଙ୍କ ଜୀବନରେ ‘ର’ ର ଖୁବ ମହତ୍ତ୍ୱ ରହିଛି। ତାଙ୍କ ନାମ ଠାରୁ ଆରମ୍ଭ କରି ତାଙ୍କ ଘର ରାୟସିନା ହିଲ୍ସ ସ୍ଥିତ ରାଷ୍ଟ୍ରପତି ଭବନ ଯାଏଁ ର ରହିଛି। ରାଷ୍ଟ୍ରପତିଙ୍କ ଜନ୍ମ ଅକ୍ଟୋବର ୧ରେ କାନପୁର ଦେହାତର ପରୌଖ ଗାଁରେ ହୋଇଥିଲା। ସ୍ଥାନ ଆଦିକୁ ଦେଖିଲେ ସମସ୍ତ ସ୍ଥାନରେ ଅକ୍ଷରରେ ର ରହିଛି।
ତାଙ୍କର ପ୍ରାରମ୍ଭିକ ଶିକ୍ଷା ପରୌଖ ଓ ଖାନପୁରରେ ସମାପ୍ତ କରିବା ପରେ ଉଚ୍ଚ ଶିକ୍ଷା ପାଇଁ କାନପୁର ଆସିଥିଲେ, ଏଥିରେ ମଧ୍ୟ ର ରହିଛି।
ରାଜନୀତିକୁ ଆସିବା ପରେ ରାମନାଥ କୋବିନ୍ଦ ଭାରତୀୟ ଜନତା ପାର୍ଟିକୁ ଚୟନ କରିଥିଲେ। ସେ ଘାଟମପୁର ଓ ଭୋଗନୀପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏଥିରେ ର ଅକ୍ଷର ରହିଛି।
ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଶାକାହାରୀ ଭୋଜନ ସେବନ କରିବା ପାଇଁ ପ୍ରସନ୍ଦ କରନ୍ତି। ବିନା ମସଲା ଓ କମ ତେଲରେ ପ୍ରସ୍ତୁତ ଖାଦ୍ୟ ରାଷ୍ଟ୍ରପତିଙ୍କ ପସନ୍ଦ। ଗ୍ରୀନ ଟି, ଦହି ( ଚିନି ବିନା), ପିଅନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories