www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କର ଅକ୍ଟୋବର ମାର୍ଗ‌ଦର୍ଶିକା : କଟକ-ଭୁବନେଶ୍ବରରେ କଟକଣା କଡ଼ାକଡ଼ି

ଭୁବନେଶ୍ବର : ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ  ମାର୍ଗ‌ଦର୍ଶିକା ଜାରି କରିଛନ୍ତି। ପାର୍ବଣ ପାଇଁ କଟକ-ଭୁବନେଶ୍ବରରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଟୁଇନ୍‌ ସିଟିରେ ପାର୍ବଣ ପାଇଁ ଅକ୍ଟୋବର ୧୧ ରୁ ୨୦ ଯାଏ ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ ରୁ ସକାଳ ୫ ନାଇଟ୍‌ କର୍ଫ୍ୟୁ ଜାରି ହେବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଗୁରୁବାର ସନ୍ଧ୍ୟାରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ପୂଜା ପାଳନ ପାଇଁ ଅଗଷ୍ଟ ୯ ତାରିଖରେ ଘୋଷଣା କରାଯାଇଥିବା ମାର୍ଗ‌ଦର୍ଶିକାକୁ ପାଳନ କରିବାକୁ ଏସଆରସି କହିଛନ୍ତି। ସମସ୍ତ ପୂଜା କମିଟି ଏହି କଟକଣା ମାନି ପୂଜା କରିବାକୁ କୁହାଯାଇଛି। ଅକ୍ଟୋବର ଗାଇଡଲାଇନ୍‌ ନଭେମ୍ବର ୧ ଯାଏ ଜାରି ରହିବ।

ଏହା ବ୍ୟତୀତ କୋଭିଡ ଆଚରଣକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା ଓ ଦୁଇ ଗଜର ଦୂରତା ପାଳନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ପାର୍ବଣ ସମୟରେ ଘରେ ରହି ନିରାଡମ୍ବର ଭାବେ ପୂଜା ପାଳନ କରିବାକୁ ଏସଆରସି କହିଛନ୍ତି। ଭିଡ ଓ ଗହଳୀ ସ୍ଥାନକୁ ନ ଯିବା ପାଇଁ ଅନୁରୋଧ କରିଛନ୍ତି।

- Advertisement -

ତେବେ ସେପ୍ଟେମ୍ବର ମାସର ଅନ୍ୟାନ୍ୟ ସମସ୍ତ କଟକଣା ବଳବତ୍ତର ରହିବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories