www.samajalive.in
Sunday, December 7, 2025
14.1 C
Bhubaneswar

ଅତାବିରା ନିୟନ୍ତ୍ରୀତ ବଜାର୍ କମିଟି ଟେଣ୍ଡର ପ୍ରକ୍ରିୟାରେ ପାତର ଅନ୍ତର

ରେଙ୍ଗଲିକେମ୍ପ : ଅତାବିରା ଆରଏମସି ଅଧିନରେ କୃଷକ ବଜାର, ଗୋଦାମଗୃହ ଓ ମାର୍କେଟୟାର୍ଡ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟା ତରବରିଆ ଭାବେ ଚୂଡାନ୍ତ ହୋଇ ସାରିଥିବା ବେଲେ ଟେଣ୍ଡର ପ୍ରକ୍ରିୟାରେ ଅନିମିତତା, ପାତରଅନ୍ତର ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ ହୋଇଛି। । ଏ ବିଷୟରେ ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଗଣ ନିର୍ଦ୍ଧିଷ୍ଟ ବ୍ୟକ୍ତି ଓ ଠିକାଦାରଙ୍କ ସୁହାଇଲା ଭଳି ଅନିୟମିତତା ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଅଛନ୍ତି, ଯାହାକି ତଦନ୍ତ ସାପେକ୍ଷ। ତେବେ ବରପାଲି, ବରଗଡ, ଅତାବିରା ଆରଏମସି ଅଧିନରେ ୧୪ କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ହୋଇ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଜନୈକ ଠିକାଦାରଙ୍କ ବାର୍ଷିକ ଟର୍ଣ୍ଣଓଭର ନଥିବା ଓ ୧୪ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାରେ ଆବଶ୍ୟକ ୩୦% ବିଡ୍ କେପାସିଟି ଅନୁସାରେ ୪ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବାକଥା। ହେଲେ ଟେଣ୍ଡର ପାଇଥିବା ଠିକାଦାର ମାତ୍ର ୧ କୋଟି ୭୪ ଲକ୍ଷ ୫ ହଜାର ୫ ଶହ ଟଙ୍କା ବିଡ୍ କେପାସିଟି ପ୍ରଦର୍ଶନ କରିଛନ୍ତି, ଯାହାକି ଆଇନ ଅନୁସାରେ ସମ୍ପୂର୍ଣ୍ଣ ଅଯୋଗ୍ୟ ଅଟେ। ତା’ସତ୍ତ୍ବେ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପାରେ ସେ ଟେଣ୍ଡର ହାତେଇଥିବା ବୋଲି କୁହାଯାଉଛି।  ତେଣୁ ଉକ୍ତ ଟେଣ୍ଡର ପ୍ରକ୍ରିୟାରେ ତଦନ୍ତ କରାଯାଇ ଯୋଗ୍ୟ ଠିକାଦାରଙ୍କୁ ନିୟମ ଅନୁସାରେ ପ୍ରଦାନ ପାଇଁ ଇଂ. ସନ୍ତୋଷ କୁମାର ମିଶ୍ର ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦାବୀ ଜଣାଇଛନ୍ତି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories