www.samajalive.in
Wednesday, December 10, 2025
16.1 C
Bhubaneswar

ଦେଶରେ ପୁଣି ‘ଡି’ ଆତଙ୍କ; ଅଧିକ ଘାତକ ହେଉଛି ଡେଙ୍ଗୁର ଡି୨ ପ୍ରକରଣ

ନୂଆଦିଲ୍ଲୀ: କରୋନା ମହାମାରୀର ଭୂତାଣୁ ନିଜର ରୂପ ବଦଳାଇବା ସହିତ ଏହାର ଡେଲଟା (ଡି) ପ୍ରକରଣ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଥିବାବେଳେ ଏବେ ଭାରତରେ ଆଉ ଏକ ‘ଡି’ ଆତଙ୍କ ଦେଖାଦେଇଛି । ଡେଙ୍ଗୁର ନୂଆ ଡି୨ ପ୍ରକରଣ ଅଧିକ ଘାତକ ବୋଲି ଜଣାଯାଇଛି । ଡେଙ୍ଗୁର ଡିଇଏନଭି ୨ ପ୍ରକରଣ ଦେଶରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧିର ମୂଳ କାରଣ ବୋଲି ଜାଣିବାକୁ ମିଳିଛି । ପ୍ରାୟ ପନ୍ଦର ଦିନ ତଳେ ଭାରତର ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡା.ବଳରାମ ଭାର୍ଗବ ନିଶ୍ଚିତ କରାଇଦେଇ କହିଥିଲେ ଯେ ଦେଶରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ରୁତ ବୃୃଦ୍ଧି ପଛରେ ଏହି ପ୍ରକରଣ ଦାୟୀ । ସଂପ୍ରତି ଉତ୍ତର ପ୍ରଦେଶର ଫିରୋଜାବାଦ, ଆଗ୍ରା, ମଥୁରା ଏବଂ ଆଲିଗଡ ଆଦି ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁଗୁଣ ବୃଦ୍ଧିପାଇଛି । ଅଗଷ୍ଟ ଶେଷରୁ ସେପ୍ଟେମ୍ବର ମଝି ପର୍ଯ୍ୟନ୍ତ ଅନ୍ୟୂନ ୫୮ ଜଣ ଲୋକ କେବଳ ଫିରୋଜାବାଦରେ ଡେଙ୍ଗୁ ରୋଗରେ ପ୍ରାଣ ହରାଇଛନ୍ତି । ଏହି ଡି୨ ପ୍ରକରଣ ଅଧିକ ଘାତକ ହୋଇଛି ଏବଂ ଏଥିରେ ପ୍ରାଣନାଶକ ମସ୍ତିଷ୍କରେ ପ୍ରଦାହକାରୀ ଜ୍ୱର ହେବା ସହିତ ଶରୀରରେ ଅନ୍ୟାନ୍ୟ ମାରାତ୍ମକ ଲକ୍ଷଣମାନେ ପ୍ରକାଶ ପାଉଛି ।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories