www.samajalive.in
Friday, December 12, 2025
16.1 C
Bhubaneswar

ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ: ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟଠାରେ ବିଡିଓ ବୌଦ୍ଧ ଦେବୀ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ନାରାୟଣ ନଗରରେ ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତି କ୍ରମେ ନାରାୟଣ ନଗର ଗ୍ରାମରେ ସକାଳ ୫ ଘଣ୍ଟା ସମୟରେ ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ଦ୍ଵାରା ରାମଧୂନ ପରିବେଷଣ ପରେ ସକାଳ ୧୦ ଘଟିକା ସମୟରେ ବାର୍ଷିକ ଉତ୍ସବ ସଭା ଅନୁଷ୍ଠିତ ହେବ। ପରେ ପରେ କଳାକାରମାନଙ୍କ ଦ୍ଵାରା ପାରମ୍ପରିକ ଲୋକ କଳା ଦଳ ପାଲା, ଦାସ କାଠିଆ, ସଙ୍କୀର୍ତ୍ତନ୍ୟ, ଦଣ୍ଡ ନୃତ୍ୟ, କୃଷ୍ଣ ଗୁରୁ ପରିବେଷଣ କାଇବେ।

ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି, ବୌଦ୍ଧ ବ୍ଲକ ସ୍ଵାଧୀନ ପ୍ରଧାନ, ହରଭଙ୍ଗା ବ୍ଲକର ବଞ୍ଚାନିଧି ପ୍ରଧାନ, ସରପଞ୍ଚ, ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର, ସେକ୍ସନ ଅଫିସର ଶ୍ରୀଯୁକ୍ତ ମାନସ ରଞ୍ଜନ ସେଠି, ଔଜଇ ମଣ୍ଟୁ ପାଣ୍ଡେ, ରିପୋଟର ଶଶାଙ୍କ ଶେଖର ମିଶ୍ର, ବିଧାନ ବଳ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories