www.samajalive.in
Tuesday, December 9, 2025
15.1 C
Bhubaneswar

ବୌଦ୍ଧ ଜିଲ୍ଲା ସଂଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ସୁବାଶ ଚନ୍ଦ୍ର ଯାନୀ, ବିଡ଼ିଓ ହରଭଙ୍ଗା, ସମ୍ମାନିତ ଅତିଥି ରବୀନ୍ଦ୍ର କୁମାର ସେଠୀ, ଏମ. ସଞ୍ଜୟ କୁମାର ଦୋରା, ଆସିଷ୍ଟାଣ୍ଟ ସୁପରିଟେଣ୍ଟ ପୋଷ୍ଟାଲ, ଫୁଲବାଣୀ ପ୍ରମୁଖ ମଞ୍ଚାସିନ ହୋଇ ସ୍ୱଳ୍ପ ସଂଚୟ ଓ ସୁରକ୍ଷିତ ସଂଚୟ ଉପରେ ମତବ୍ୟକ୍ତ କରିଥିଲେ। ନିଜର କଷ୍ଟ ଉପାର୍ଜିତ ଧନକୁ ଅଧିକ ଲାଭ ଆଶାରେ କୌଣସି ଚିଟଫଣ୍ଡ ସଂସ୍ଥାରେ ଜମା ନ କରି ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ କିମ୍ବା ଡାକ ଘରେ ଜମା କରିବାକୁ ପରାମର୍ଶ ଦେଇଥିଲେ। ତା ନ ହେଲେ ଚିଟଫଣ୍ଡ ସଂସ୍ଥାମାନଙ୍କ ପ୍ରଲୋଭନରେ ପଡି ଅଧିକ ସୁଧ ଆଶାରେ ମୂଳ ଟଙ୍କା ହରାଇବାକୁ ପଡିବ ବୋଲି ସତର୍କ କରାଇଥିଲେ।

ସଭା ପ୍ରାରମ୍ଭରେ ସ୍ୱଳ୍ପ ସଂଚୟ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏମ. ସଞ୍ଜୟ କୁମାର ଦୋରା ଡାକ ଘରର ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ଉପରେ ଓ ରବୀନ୍ଦ୍ର କୁମାର ସେଠୀ, ବ୍ୟାଙ୍କ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଂଚୟ ଏଜେଣ୍ଟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ଧରୁଆ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories