www.samajalive.in
Saturday, December 13, 2025
26.1 C
Bhubaneswar

ଅନିଶ୍ଚିତତା ଶିକ୍ଷା ମଧ୍ୟରେ କେଜିବିଭି ଛାତ୍ରୀ 

ଚିକିଟି : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ଯୋଜନାକୁ ପରିଚାଳନା କରୁଥିବା ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ କୋଉଠି ନା କୋଉଠି ଅବହେଳା ହେବା ସହ ଯାହାର ପରିଣାମ ବିଦ୍ୟାର୍ଥୀଙ୍କୁ ଭୋଗିବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି। । ଏପରି ଏକ ଅବହେଳିତ ଶିକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ ମାନଙ୍କରେ । ଅନୁସନ୍ଧାନରୁ ଜଣା ପଡ଼ିଛି କେଜିବିଭି ମାନଙ୍କରେ ନବମ ଓ ଦଶମ ଶ୍ରେଣୀ ଖୋଲା ଯାଇଛି । କିନ୍ତୁ ଏବେ ମଧ୍ୟ ଛାତ୍ରୀ ମାନଙ୍କୁ ସେହି ବିଦ୍ୟାଳୟରେ ଶିକ୍ଷାଦାନ କରାଯାଇପାରୁନି , ସେହି ଛାତ୍ରୀ ମାନଙ୍କୁ ନିକଟସ୍ଥ ହାଇସ୍କୁଲରେ ଯାଇ ପଢିବାକୁ ପଡୁଛି ।
କୌଣସୀ ଡ୍ରପଆଉଟ ଛାତ୍ରୀ ଥରେ ଆବାସିକ ବିଦ୍ୟାଳୟରେ ପ୍ରବେଶ କଲେ ସେହି ଛାତ୍ରୀଙ୍କର ସମସ୍ତ ଦାୟୀତ୍ୱ ସେଠାକାର ପ୍ରଧାନ ଶିକ୍ଷୟତ୍ରୀଙ୍କର । କେଜିବିଭି ରାମଚନ୍ଦ୍ରପୁର ର ୬୦ଜଣ ବିଦ୍ୟାର୍ଥୀ ଚିକିଟି ଗଡ଼ ରାଜଲକ୍ଷ୍ମୀ ବାଳିକା ବିଦ୍ୟାଳୟରେ ଜଏନ ହୋଇଛନ୍ତି । ରାମଚନ୍ଦ୍ରପୁର ଠାରୁ ଚିକିଟି ଗଡ଼ ବାଳିକା ବିଦ୍ୟାଳୟ ପାଖାପାଖି ପାଞ୍ଚ କିଲୋମିଟର । ଉପରିସ୍ଥ ଅଧିକାରୀ ସେମାନଙ୍କ ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ନେଇନାହାନ୍ତି କି କୌଣସୀ ଚିଠି କରିନାହାନ୍ତି । କେଜିବିଭି ତରଫରୁ ସାଇକେଲ କିମ୍ବା ଚାଲି ଚାଲି ପଠେଇବାକୁ ସୁରକ୍ଷିତ ମଣୁ ନାହାନ୍ତି  । ପିଲାଙ୍କୁ ଏକ ସ୍କୁଲ ବସ ରେ ନେବାଆଣିବା ପାଇଁ ଦାବି ହେଉଛି କିନ୍ତି ସରକାରୀ ଅନୁଦାନ ନରହିବାରୁ ତାହା ସମ୍ଭବ ପର ହେଉନି ।  ପିଲା ଆବାସିକ ବିଦ୍ୟାଳୟ ଠାରୁ ପାଞ୍ଚ କିଲୋମିଟର ଯାଇ ପାଠ ପଢିବେ , ଯଦି କିଛି ଅଘଟଣ ଘଟିବ ସେଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠିଛି ।
କେଜିବିଭି ରେ ବାଳିକା ମାନଙ୍କୁ ପାଠ ପଢେଇବା ପାଇଁପ୍ରତି ୧୦୦ଜଣକୁ ତିନିଜଣ ପାର୍ଟ ଟାଇମ ଶିକ୍ଷକ ନିକୁକ୍ତି ଦେବା ନିୟମ ରହିଛି । ଏଠି ୧୫୦ଜଣ ଛାତ୍ରୀଙ୍କ ପାଇଁ ଅନ୍ୟୁନ ୫ଜଣ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତି ହେବା କଥା । କିନ୍ତୁ ଦୀର୍ଘ ତିନିବର୍ଷ ହେଲାଏହି ପଦବୀ ପୂରଣ ହୋଇପାରିନି । ଏତେଦୂର ଚାଲି ଚାଲି ଯିବା ଅସୁରକ୍ଷିତ ହୋଇଥିବାରୁ ପିଲା ସ୍କୁଲକୁ ଯାଉ ନାହାଁନ୍ତି କି ସ୍କୁଲ ତରଫରୁ ଅନ ଲାଇନ୍ କ୍ଲାସ ହେଉନି ।  ଏପରି ବିପର୍ୟ୍ୟୟ ଶିକ୍ଷା ବ୍ୟବସ୍ଥା ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଟାଣି ନେଉଛି ବୋଲି କୁହାଯାଉଛି।  ଏନେଇ ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ସରକାରୀ ଆଦେଶ ନ ଆସିବା ପର୍ୟ୍ୟନ୍ତ ମୁ କୌଣସି ରିସ୍କ ନେଇ ଏତେଦୂର ଛାଡି ପାରିବି ନାହିଁ । ଏନେଇ ଜିଲା ଗାର୍ଲସ କୋଡ଼ିନେଟର ଜୋତି ପ୍ରକାଶ ରଥଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଖୁବ ଶୀଘ୍ର ଟେଣ୍ଡେର ବାହାରିବ ଓ ସମସ୍ୟାର ସମାଧାନ କରାଯିବ ।  କେବେ ଏହାର ସମାଧାନ ହେବ ? ତାକୁ ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories