www.samajalive.in
Sunday, December 7, 2025
26.1 C
Bhubaneswar

ବିସ୍ଫୋରଣରେ ଉଡିଗଲା ବଳଙ୍ଗା ଥାନା ଛାତ

ପିପିଲି : ପୁରୀ ଜିଲାର ବଳଙ୍ଗା ଥାନାରେ ସୋମବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ଥାନାରେ ବ୍ୟାପକ କ୍ଷତି ଘଟି ଥିବା ସୂଚନା ମିଳିଛି। ରାତି ସାଢେ ୧୨ ଟା ସମୟରେ ଥାନାର ମାଲଖାନା ମଧ୍ୟରେ ଏହି ବିସ୍ପୋରଣ ହୋଇଥିବା ଜଣାପଡିଛି । ଏଥିରେ ମାଲଖାନା ଛାତ ଉଡି ଯାଇଥିବା ବେଳେ ଥାନାର କାନ୍ଥ ଫାଟି ଯାଇଛି। ରାତିରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଏକ ନିଶ୍ଚିତ ବିପଦରୁ ବର୍ତ୍ତୀ ଯାଇଥିବା ସୂଚନା ମିଳିଛି। ବିସ୍ପୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଆଖାପାଖ ଅଞ୍ଚଳ ଥରି ଉଠିଥିଲା। ଥାନାର କାନ୍ଥ ଫାଟି ଯିବା ସହ ଥାନା ମଧ୍ୟରେ ଥିବା ଆସବାବ ପତ୍ର ଏଣେ ତେଣେ ଫୋପାଡି ହୋଇ ପଡିଥିଲା। ବିସ୍ପୋରଣ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଆଖପାଖ ଅଞ୍ଚଳର ଲୋକେ ସେଠାରେ ଭିଡ ଜମାଇଥିଲେ। ତେବେ ମାଲଖାନା ଭିତରେ ଥିବା କୌଣସି ବିସ୍ଫୋରକ ଯୋଗୁଁ ଏଭଲି ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ପର୍କରେ ବଳଙ୍ଗା ଥାନା ଅଧିକାରୀ ରଶ୍ମି ରଞ୍ଜନ ପୁଷ୍ଟି ସୂଚନା ଦେଇଛନ୍ତି। କୌଣସି କାରଣରୁ ଉକ୍ତ ବିସ୍ଫୋରକ ବିସ୍ପୋରଣ ହୋଇଥିବା ପୁଲିସ ଅନୁମାନ କରୁଛି। ଏଥିରେ କୌଣସି ପୁଲିସ କର୍ମଚାରୀଙ୍କର କ୍ଷତି ଘଟି ନଥିବା ଜଣାପଡିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories