www.samajalive.in
Saturday, December 13, 2025
18.1 C
Bhubaneswar

ହର୍ଷଲଙ୍କ ହ୍ୟାଟ୍ରିକ୍‌ ; ମୁମ୍ବଇକୁ ହରାଇଲା ବାଙ୍ଗାଲୋର

ଦୁବାଇ : ଚଳିତ ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ହର୍ଷଲ ପଟେଲ ହ୍ୟାଟ୍ରିକ୍‌ ନେବାରୁ ମୁମ୍ବଇ ଇଣ୍ଡିଆନ୍‌ସକୁ ୫୪ ରନ୍‌ରେ ଆର୍‌ସିବି ପରାସ୍ତ କରିଛି। ବିରାଟ କୋହଲି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ୬ ୱିକେଟରେ ୧୬୫ ରନ୍ କରିଥିଲା। ପରେ ମୁମ୍ବଇ ୧୮.୧ ଓଭରରେ ୧୧୧ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ୯ମ ମ୍ୟାଚ୍‌​‌େ​‌ର ୬ଷ୍ଠ ବିଜୟ ପରେ ଆର୍‌ସିବି ୩ୟ ସ୍ଥାନ ବଜାୟ ରଖିଛି। ୧୦ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି ମୁମ୍ବଇ।
ମୁମ୍ବଇ ଇଣ୍ଡିଆନ୍‌ସ ଚମତ୍କାର ଢଙ୍ଗରେ ୧୬୬ ରନ୍‌ର ପିଛା କରିଥିଲା। ୭ମ ଓଭରରେ ୫୭ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ କ୍ବିଣ୍ଟନ ଡି କକ୍ ଆଉଟ ହୋଇଥିଲେ। ଏହି ବାମହାତି ୨୩ ବଲ୍‌ରୁ ୪ଟି ଚୌକା ସହ ୨୪ ରନ୍ କରିଥିଲେ। ପରେ ୩୨ ରନ୍‌ରେ ମୁମ୍ବଇ ଶେଷ ୮ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ଭଲ ବ୍ୟାଟିଂ କରୁଥିବା ଅଧିନାୟକ ରୋହିତ ଶର୍ମା ୱିକେଟ ଫିଙ୍ଗିବା ମୁମ୍ବଇକୁ ଚାପରେ ପକାଇଥିଲା। ରୋହିତ ୨୮ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୩ ରନ୍‌ କରିଥିଲେ। ପରେ ଈଶାନ୍ କିଷନ୍ ୯, କ୍ରୁନାଲ ପାଣ୍ଡ୍ୟା ୫ ଓ ସୂର୍ଯ୍ୟକୁମାର ଯାଦବ ୮ ରନ୍‌କରି ଆଉଟ୍‌ ହୋଇଥିଲେ। ହର୍ଷଲ ପଟେଲଙ୍କ କ୍ରମାଗତ ୩ଟି ବଲ୍‌ରେ ହାର୍ଦିକ ପାଣ୍ଡ୍ୟା (୩), କୈରନ୍ ପୋଲାର୍ଡ (୭) ଓ ରାହୁଲ ଚହର (୦) ଆଉଟ ହୋଇଥିଲେ। ହର୍ଷଲ ଚଳିତ ଆଇପିଏଲ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ। ହର୍ଷଲ ୪ଟି, ଯୁଜବେନ୍ଦ୍ର ଚହଲ ୩ଟି ଓ ଗ୍ଲେନ୍‌ ମ୍ୟାକ୍ସୱେଲ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ମୁମ୍ବଇ ଫିଲ୍‌ଡିଂ ନେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହଳ ଦେବଦତ୍ତ ପାଡିକଲ (୦)ଙ୍କ ୱିକେଟ ହରାଇଥିଲା। ୨ୟ ୱିକେଟ ପାଇଁ ଅଧିନାୟକ ବିରାଟ କୋହଲି ଓ ଶ୍ରୀକର ଭାରତ ୬୮ ରନ୍ ଯୋଡ଼ିଥିଲେ। ଭାରତ ୨୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୨ ରନ୍‌ କରିଥିଲେ। ପରେ କୋହଲି ୪୨ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୧ ରନ୍‌କରି ଆଉଟ ହୋଇଥିଲେ। ଏବି ଡି’ଭିଲିଅର୍ସ ପୁଣି ବିଫଳ ହୋଇ ୧୧ ରନ୍‌ କରି ପାରିଥିଲେ। ଏହାପରେ ଗ୍ଲେନ୍‌ ମ୍ୟାକ୍ସୱେଲ ଇନିଂସ ସମ୍ଭାଳିଥିଲେ। ମ୍ୟାକ୍ସୱେଲ ୩୭ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୫୬ ରନ୍ କରିଥିଲେ। ଯଶପ୍ରୀତ ବୁମ୍‌ରା ୩ଟି ୱିକେଟ ପାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories