www.samajalive.in
Monday, December 15, 2025
27.1 C
Bhubaneswar

ବିବାହ ବିଚ୍ଛେଦ ଖୁସିରେ ଭୋଜିଦେଲେ ଭାରତୀୟ ମହିଳା

ନୂଆଦିଲ୍ଲୀ: ସାଧାରଣତ ବୈବାହିକ ସମ୍ପର୍କରେ ବିଚ୍ଛେଦ ଘଟିଲେ ଅନେକ ଗଭୀର ଦୁଃଖ ପ୍ରକାଶ କରିଥାନ୍ତି। କିନ୍ତୁ ଜଣେ ମହିଳା ନିଜର ୧୭ ବର୍ଷର ବିବାହ ବନ୍ଧନକୁ ତୁଟାଇବା ପରେ ଏତେ ଖୁସି ହୋଇଯାଇଥିଲେ ଯେ ସେଥିପାଇଁ ଏକ ଭୋଜିର ଆୟୋଜନ କରିଥିଲେ। କେବଳ ସେତିକି ନୁହେଁ, ସେ ଏବେ ବନ୍ଧନମୁକ୍ତ ବୋଲି ମଧ୍ୟ ଗର୍ବର ସହିତ ଘୋଷଣା କରିଥିଲେ। ଏହି ମହିଳା ଜଣକ ହେଉଛନ୍ତି ୪୫ ବର୍ଷ ବୟସ୍କା ସୋନିଆ ଗୁପ୍ତା। ସେ ୨୦୦୩ରେ ବିବାହ କରିବା ପରେ ସ୍ୱାମୀଙ୍କ ସହିତ ବ୍ରିଟେନ ଚାଲିଯାଇଥିଳେ। କିନ୍ତୁ ବିବାହ ପରେ ସେ ଖୁସି ହୋଇନଥିଲେ। ନିଜ ପରିସାର ସଦସ୍ୟଙ୍କ ସହିତ ଆଲୋଚନା କାଳରେ ସେ ଯେତେବେଳେ ପୃଥକ ହେବା କଥା କହିଲେ, ସେତେବେଳେ କେହି ତାଙ୍କୁ ସମର୍ଥନ କରିନଥିଲେ କିମ୍ବା ମାନସିକ ସ୍ତରରେ ସାନ୍ତ୍ୱନା ମଧ୍ୟ ଦେଇନଥିଲେ। ତେବେ ତାଙ୍କର ସାଙ୍ଗସାଥୀ ଏବଂ ଦୁଇପୁଅ ମିଖାଲ ଓ ଶୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଶେଷରେ ଦୀର୍ଘବର୍ଷ ଅସନ୍ତୋଷରେ ପୂର୍ଣର୍ଚ୍ଛେଦ ପକାଇବାକୁ ସେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। ଦୀର୍ଘ ତିନିବର୍ଷ କାଳ ଏହି ବିବାଦ ଚାଲିବା ପରେ ଶେଷରେ ଅଦାଲତରେ ତାଙ୍କର ବିଚ୍ଛେଦ ଘଟିଛି। ଅଦାଲତ ରାୟ ଶୁଣାଇବା ପରେ ଖୁବ ଖୁସି ହୋଇଯାଇଥିବା ସୋନିଆ ନିଜ ସାଙ୍ଗସାଥୀ ଓ ସଂପର୍କୀୟଙ୍କ ପାଇଁ ଏକ ଭବ୍ୟ ଭୋଜିର ଆୟୋଜନ କରିଥିଲେ। ଭୋଜିକୁ ଆସୁଥିବା ସମସ୍ତେ ରଙ୍ଗୀନ ବେଶଭୁଷାରେ ଆସିବାକୁ ମଧ୍ୟ ସେ ନିବେଦନ କରିଥିଲେ। ଭୋଜିସ୍ଥଳକୁ ସେ ଖୁବ ସୁନ୍ଦର ଭାବରେ ମଧ୍ୟ ସଜାଇଥିଲେ। ଅବଶ୍ୟ ସେଠାକୁ ତାଙ୍କ ବାପା ମା’ ମଧ୍ୟ ଆସିଥିଲେ। ସୋନିଆ କହିଛନ୍ତି, ଅନେକ ଭାବନ୍ତି ଯେ ବିବାହ ବିଚ୍ଛେଦ ଘଟିବା ପରେ ଜୀବନ ସେଇଠି ସରିଗଲା। କିନ୍ତୁ ତାଙ୍କ ପାଇଁ ଜୀବନ ଏବେଠାରୁ ଆରମ୍ଭ ହେଲା। ସେ ଜୀବନରେ ଅନେକ କିଛି ଶିଖିଛନ୍ତି ଏବଂ ଜଣେ ମଜଭୁତ ମଣିଷର ପରିଣତ ହୋଇଛନ୍ତି। ଏବେ ସେ ନିଜ ଜୀବନକୁ ସର୍ବୋତ୍ତମ ଭାବରେ ବଞ୍ଚିବାର ଚେଷ୍ଟା କରିବେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories