www.samajalive.in
Wednesday, December 10, 2025
16.1 C
Bhubaneswar

ଜଳ ନିଷ୍କାସନରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଫଳ

ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ ପଞ୍ଚାୟତର ୨ଗୋଟି ମୌଜାର ପଞ୍ଚୁକେରା, ଅଠେଇଶ ଅନ୍ତରପନ୍ଥ, ଉତ୍ତର ସାହି, ଦକ୍ଷିଣ ସାହି, ମାଣିକ ମାଳ ସାହି, ବୁଢ଼ୀମରା  ଓ ବୀର ଗୋବିନ୍ଦ ପୁର ଦଳିତ ସାହିର ପ୍ରାୟ ୩ ହଜାରରୁ ଜନସାଧାରଣ  ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ  ଗତ ୧୨ ତାରିଖ ଠାରୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ଗ୍ରାମ ଦାଣ୍ଡରେ  ଅଣ୍ଟାଏ  ପାଣିରେ  ଗ୍ରାମବାସୀ ମାନେ କଦଳୀ ଭେଳା ସାହାଯ୍ୟରେ ଯିବାଆସିବା କରୁଛନ୍ତି। ଜଳ ନିଷ୍କାସନ ଦାବୀ କରି ଏହି ଗ୍ରାମବାସୀ ମାନେ ଗତକାଲି ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ଏହି ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ଜଳ ନିଷ୍କାସନ କରିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଜି ଜେସିବି ସାହାଯ୍ୟରେ ବୁଢ଼ୀମରା, ବାଁ ଘାଇ ଓ ବୀର ଗୋବିନ୍ଦ ପୁର ବ୍ରିଜ ନିକଟରେ ଦଳ ସଫା କରିବା ନିମନ୍ତେ ଉଦ୍ୟମ କରିଥିଲେ। ମାତ୍ର ଏହା ବିଫଳ ହୋଇଥିଲା।
ଆସନ୍ତା କାଲି ଜଳ ନିଷ୍କାସନ ବିଭାଗ ତରଫରୁ ଉପରୋକ୍ତ ବ୍ରିଜ଼ଠାରେ ରହିଥିବା ଦଳ ସଫା କରି ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories