www.samajalive.in
Wednesday, December 10, 2025
16.1 C
Bhubaneswar

ନାବାଳିକା ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ପ୍ରେମିକ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ ଜଣେ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ପ୍ରେମିକ ବନ୍ଧା ହେବା ଘଟଣା ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ଖବର ମୁତାବକ ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ହଳଦିଆ ଗ୍ରାମର ଜୈନିକ ୧୬ ବର୍ଷୀୟା କଲେଜ ପଢୁଆ ନାବାଳିକା ଯୁବତୀ ଘର ନିକଟସ୍ଥ ବଜାରକୁ ଜିନିଷ କିଣି ଫେରୁଥିବା ବେଳେ ଓଳକଣା ଗ୍ରାମର ଅରକ୍ଷିତ ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା ଓ ପରେ ବିଭିନ୍ନ ସ୍ଥାନକୁ ନେଇ ଗତକାଲି ରାତିରେ କଟକରେ ସମ୍ପର୍କୀୟ ଘରେ ରଖି ଦୁଷ୍କର୍ମ କରିଥିବା ନେଇ ଭଦ୍ରେଶ୍ୱର ଫାଣ୍ଡିରେ ପୀଡିତା ନାବାଳିକାଙ୍କ ମା’ ଅଭିଯୋଗ କରିଥିଲେl

ତେବେ ଖବର ପାଇ ଆଜି ଉକ୍ତ ନାବାଳିକା ଓ ପ୍ରେମିକକୁ ପରିବାର ଲୋକ ସାଲେପୁରରୁ ଉଦ୍ଧାର କରି ଘରକୁ ଆଣିବା ସମୟରେ ସମ୍ପୃକ୍ତ ପ୍ରେମିକ ନାବାଳିକାର ଘର ନିକଟରେ ଅଟୋରୁ ଡେଇଁ ପଳାଇ ଯାଉଥିବା ବେଳେ ଗାଁ ଲୋକେ କାବୁ କରି ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେl ଖବର ପାଇ ପୋଲିସ ପ୍ରେମିକକୁ ଉଦ୍ଧାର କରିବା ସହ ଫାଣ୍ଡିକୁ ନେଇ ଅଟକ ରଖି ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories