www.samajalive.in
Wednesday, December 10, 2025
16.1 C
Bhubaneswar

କୋଚି ଡ୍ରାଇଭର ଜିତିଲେ ୧୨ କୋଟି ଟଙ୍କାର କେରଳ ତିରୁଭୋନମ୍‍ ଲଟେରୀ

ତ୍ରିପୁନିତୁରା: କୋଚିର ଜଣେ ଅଟୋ ଡ୍ରାଇଭର ୧୨ କୋଟି ଟଙ୍କା ମୂଲ୍ୟର ଓନମ୍‍ ବମ୍ପର କେରଳ ଲଟେରୀ ଜିତିଛନ୍ତି। ପୁପାନାପାରାମବିଲ ହାଉସ, ମାରାଡୁର ବାସିନ୍ଦା ଜୟପାଲାନ ପିଆର ଚଳିତ ବର୍ଷର କେରଳ ଓନମ୍‍ ବମ୍ପର ଲଟେରୀ ବିଜେତା ହୋଇଛନ୍ତି। ସେ ମାରାଡୁସ୍ଥିତ ଆମ୍ବେଦକର ଜଙ୍କସନରେ ଅଟୋଷ୍ଟାଣ୍ଡରେ ଜଣେ ଅଟୋ ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି। କାନନ ଡାକନାମରେ ପରିଚିତ ଜୟପାଲାନ ଅଟୋ ଚଳାଇ ନିଜ ପରିବାର ଭରଣପୋଷଣ କରୁଛନ୍ତି। ପରିବାରରେ ତାଙ୍କର ୯୫ ବର୍ଷ ବୟସ୍କା ମା ଲକ୍ଷ୍ମୀ ବାଇ, ପତ୍ନୀ ମନି, ଦୁଇ ପୁଅ ବୈଶାଖ ଏବଂ ବିଷ୍ଣୁ ଅଛନ୍ତି। ପତ୍ନୀ ମନି ଚୋଟାନିକାରାସ୍ଥିତ ହୋମିଓ ହାସପାତାଳରେ ଜଣେ ଝାଡୁଦାର ଭାବରେ କାର୍ଯ୍ୟ କରୁଥିବାବେଳେ ବୈଶାଖ ଜଣେ ଇଲେକଟ୍ରିସିଆନ ଏବଂ ବିଷ୍ଣୁ ଜଣେ ହୋମିଓପାଥି ଡାକ୍ତର ଭାବରେ କାର୍ଯ୍ୟ କରୁଛନ୍ତି। ଜୟପାଲାନ କହିଛନ୍ତି, ସେ ଷ୍ଟାଚ୍ୟୁ ଜଙ୍କସନଠାରେ ଥିବା ମିନାକ୍ଷୀ ଲଟେରିଜରୁ ସେପ୍ଟେମ୍ବର ୧୦ ତାରିଖରେ ଲଟେରୀ ଟିକେଟ କିଣିଥିଲେ। ଜଣାଯାଇଛି ଯେ ଟିକସ ଏବଂ ଏଜେଣ୍ଟ କମିଶନ ଆଦି କଟିବା ପରେ ଜୟପାଲାନ ପ୍ରାୟ ୭.୩୯ କୋଟି ଟଙ୍କା ପାଇବେ। ସେ କହିଛନ୍ତି ତାଙ୍କର ଗୃହଋଣ ଏବଂ ଗାଡିଋଣ ବାବଦରେ କିଛି ବକେୟା ରହିଛି। ତାହାକୁ ସେ ପରିଶୋଧ କରିବା ସହିତ ଅବଶିଷ୍ଟ ଅର୍ଥକୁ ନିଜ ପରିବାର ସହିତ ଆଲୋଚନା କରି କିଛି ଅର୍ଥପୂର୍ଣ୍ଣ କାର୍ଯ୍ୟରେ ନିବେଶ କରିବେ। ଚଳିତ ବର୍ଷ ମୋଟ ପ୍ରତ୍ୟେକ ୩୦୦ ଟଙ୍କା ମୂଲ୍ୟର ୫୪ ଲକ୍ଷ ଓନମ୍‍ ବମ୍ପର ଲଟେରୀ ଟିକେଟ ବିକ୍ରି ହୋଇଥିଲା ଏବଂ ସେଥିରୁ ମୋଟ ୧୨୬.୫ କୋଟି ଟଙ୍କା ସଂଗ୍ରହ କରାଯାଇଛି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories