www.samajalive.in
Monday, December 15, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଙ୍ଗରେ କାଳି ବୋଳିଲେ

ଟିଟିଲାଗଡ଼: ଆସନ୍ତାକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ଼ ଗସ୍ତରେ ଆସୁଛନ୍ତି। ଟିଟିଲାଗଡ଼ଠାରେ ବଲାଙ୍ଗୀର ଜିଲାସ୍ତରୀୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ତଥା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ତେବେ ଟିଟିଲାଗଡ଼ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି। ସାତ ଆଠ ଦିନରେ ଥରେ ଜନ ସ୍ୱାସ୍ଥ୍ୟ ବିଭାଗ ଜଳ ଯୋଗାଣ କରୁଛି। ଏହାକୁ ନେଇ ମଙ୍ଗଳବାର ସ୍ଥାନୀୟ ଝାଙ୍କରପଡା, ଦେବନ୍ଧ ପଡାବାସୀ ନବୀନଙ୍କ ଫଟୋ ସହ ଜଳ ଜୀବନ ମିଶନ ହୋର୍ଡିଙ୍ଗ ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନବୀନଙ୍କ ଫଟୋରେ କାଳି ବୋଳିଥିଲେ। ବିଜେପି ରାଜ୍ୟ ଯୁବ ମୋର୍ଚା ସଦସ୍ୟ ନରସିଂହ ସିଂ, ଜିଲା ଯୁବ ସମ୍ପାଦକ ପବିତ୍ର ସାହୁ ତଥା ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories