ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବଉଦ, ବାଲେଶ୍ୱର, ନୟାଗଡ ଓ କଟକ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ଏକ ଅଙ୍କରେ ସ୍ଥିର ରହିଛି। ତାହାସହିତ ଆଇସିୟୁରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୪୧କୁ ବୃଦ୍ଧିପାଇଛି।

kalyan agarbati

Comments are closed.