www.samajalive.in
Saturday, December 6, 2025
26.1 C
Bhubaneswar

ସୁଲି ନାନୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଚୌଦ୍ୱାର : ବିଶିଷ୍ଟ ସାହିତ୍ୟିକା, କବି, ସାମ୍ବାଦିକା, ସମାଜ ସେବୀ , ପ୍ରବୀଣ ସାରସ୍ୱତ ସାଧିକା ମନୋରମା ମହାପାତ୍ର( ସୁଲି ନାନୀ)ଙ୍କ ବିୟୋଗରେ ଚୌଦ୍ୱାର ଅଞ୍ଚଳର ବହୁ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ତରଫରୁ ଶୋକ ବ୍ୟକ୍ତ କରା ଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ, ଡାଳିଯୋଡ଼ା ସାହିତ୍ୟ ସଂସଦ, ଅବସରପ୍ରାପ୍ତ ଶିକ୍ଷକ ସଂଘ,କୁଜିବରସ୍ଥିତ ସାଧୁ ସୁନ୍ଦର ସମିତି, ବରିଷ୍ଠ ନାଗରିକ ସଂଘ, ହିନ୍ଦ୍ ସେବକ ସଂଘ, ଚୌଦ୍ୱାର ପ୍ରେସ୍ କ୍ଲବ୍ ଆଦି ଅନୁଷ୍ଠାନ ଗୁଡ଼ିକ ଗଭୀର ଶୋକ ବ୍ୟକ୍ତ କରି ସମସ୍ତଙ୍କର ଆଦରର ସୁଲିନାନୀଙ୍କ ପରଲୋକ ଓଡ଼ିଶାର ଜନ ସାଧାରଣଙ୍କ ପାଇଁ ଅପୁରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଛନ୍ତି। ପ୍ରେସ୍ କ୍ଲବ୍ ସଭାପତି ତଥା ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଶୋକ ସଭାରେ କ୍ଲବର ସଦସ୍ୟମାନେ ସୁଲି ନାନୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଡାଳିଯୋଡ଼ା ସାହିତ୍ୟ ସଂସଦ ସଭାପତି କେ.ସି.ପ୍ରତାପସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଶୋକ ସଭାରେ ସଂଗଠନର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories